ବାଣିଜ୍ୟ

ବୟସ ୭ ଟପିଥିବା ପିଲାଙ୍କ ଆଧାର ଅପ୍‌ଡେଟ୍‌ ବାଧ୍ୟତାମୂଳକ: ୫ରୁ ୭ ବର୍ଷର ପିଲାଙ୍କ ପାଇଁ ମାଗଣା

Advertisement

ନୂଆଦିଲ୍ଲୀ: ସାତ ବର୍ଷ ହୋଇଯାଇଥିବା ପିଲାମାନଙ୍କ ଆଧାର ବାୟୋମେଟ୍ରିକ୍ ଅପ୍‌ଡେଟ୍‌ କରିବା ବାଧ୍ୟତାମୂଳକ ବୋଲି ଭାରତୀୟ ସ୍ବତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ(ୟୁଆଇଡିଏଆଇ) ପକ୍ଷରୁ ଅଭିଭାବକମାନଙ୍କୁ କୁହାଯାଇଛି। ଯେକୌଣସି ଆଧାର ସେବା କେନ୍ଦ୍ର ଜରିଆରେ ଏହି କାର୍ଯ୍ୟ ହୋଇପାରିବ। ପାଞ୍ଚ ବର୍ଷରୁ କମ୍ ବୟସର ପିଲାଙ୍କ ଆଧାର ତିଆରି ବେଳେ କେବଳ ଫଟୋ, ନାମ, ଜନ୍ମ ତାରିଖ, ଲିଙ୍ଗ, ଠିକଣାର ପ୍ରମାଣପତ୍ର ଦରକାର ହୋଇଥାଏ। 

ସେହି ସମୟରେ ଟିପଚିହ୍ନ ଓ ବାୟୋମେଟ୍ରିକ୍ ତଥ୍ୟ ସଂଗ୍ରହ କରିବା ସମ୍ଭବପର ହୁଏନାହିଁ। ତେଣୁ ଯେଉଁ ପିଲାମାନଙ୍କୁ ପାଞ୍ଚ ବର୍ଷ ହୋଇଯାଇଛି, ସେମାନେ ଆଧାର ସେବା କେନ୍ଦ୍ରରେ ପହଞ୍ଚି ସେମାନଙ୍କ ଟିପଚିହ୍ନ, ନେତ୍ରପିତୁଳା ଓ ଫଟୋକୁ ଅପ୍‌ଡେଟ୍ କରିପାରିବେ। ପିଲାଙ୍କ ବୟସ ୫ରୁ ୭ ବର୍ଷ ମଧ୍ୟରେ ହୋଇଥିଲେ ଏହି ଅପ୍‌ଡେଟ୍‌ ମାଗଣା‌ରେ ହେବ। ବୟସ ୭ ବର୍ଷ ଅତିକ୍ରମ କରିଥିବା ପିଲାମାନଙ୍କ ବାୟୋମେଟ୍ରିକ୍ ଅପ୍‌ଡେଟ୍‌ ପାଇଁ ୧୦୦ ଟଙ୍କା ଫି’ ଲାଗିବ।

Advertisement
Advertisement

Leave a Reply

Your email address will not be published. Required fields are marked *