ମନୋରଞ୍ଜନ

ଦ୍ବିତୀୟ ଥର ମାତାପିତା ହେବେ ବତ୍ସଲ-ଈଶିତା

Advertisement

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅଜୟ ଦେବଗନଙ୍କ ଝିଅ ଭୂମିକା ନିଭାଇ ସାରିଥିବା ଅଭିନେତ୍ରୀ ଈଶିତା ଦତ୍ତା ଏବେ ପୁଣି ଥରେ ଗର୍ଭବତୀ ଅଛନ୍ତି। ଏବିଷୟରେ ତାଙ୍କ ସ୍ବାମୀ ଅଭିନେତା ବତ୍ସଲ ସେଠ୍ ଜଣାଇଛନ୍ତି। ଏକ ସାକ୍ଷାତକାରରେ ସେ ଜଣାଇଛନ୍ତି ଯେ, ‌ଏହା ଆମକୁ ପୁଣି ଥରେ ଖୁସି ଦେଇଛି। ଆମେ ଦୁହେଁ ଓ ଆମ ପରିବାର ବହୁତ ଖୁସି।

୨୦୧୭ରେ ବିବାହ କରିଥିବା ଈଶିତା ଓ ବତ୍ସଲ ଏବେ ୧୯ମାସର ପୁଅର ମାତାପିତା ଅଟନ୍ତି। ଦ୍ବିତୀୟ ଥର ବାପା ହେବାକୁ ଯାଉଥିବା ଉପରେ ପ୍ରତିକ୍ରିୟା ଦେଇ ବତ୍ସଲ କହିଛନ୍ତି, “ଏହା ଆମ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା। ଏହା ଏକ ଅତ୍ୟନ୍ତ ଖୁସି ଖବର। ଯେତେବେଳେ ଈଶିତା ମୋତେ ଗର୍ଭଧାରଣ ବିଷୟରେ କହିଲେ, ମୁଁ ‘ଓଃ! ୱାଓ’ ବୋଲି କହିଲି। କିଛି ବୁଝିପାରୁନଥିଲି କ’ଣ ପ୍ରତିକ୍ରିୟା ଦେବି। ଜଣେ ପିତା ଭାବରେ ମୋ ପାଇଁ ଏହା ଏକ ବଡ଼ ଖବର ଥିଲା। ଜୁଲାଇରେ ଈଶିତାଙ୍କ ପ୍ରସବ ହେବ। ଦ୍ବିତୀୟ ସନ୍ତାନକୁ ସ୍ବାଗତ କରିବାକୁ ଆମେ ବହୁତ ଉତ୍ସାହିତ।”

Advertisement

ଉଲ୍ଲେଖଯୋଗ୍ୟ, ୨୦୧୭ ମସିହାରେ ଅଭିନେତା ବତ୍ସଲ ସେଠକୁ ଲୁଚାଛପାରେ ବିବାହ କରିଥିଲେ ଈଶିତା। ଈଶିତା ମା’ ହେବା ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଈଶିତା ଏବଂ ବତ୍ସଲଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। ଚଳଚ୍ଚିତ୍ରରେ ଅଭିନୟ କରିବା ପୂର୍ବରୁ ଈଶିତା ଟିଭି ସିରିଏଲରେ ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିଲେ। ‘ବେପନାହ’, ବିଗବସ’ ଏବଂ ‘ନଚ୍ ବଲିଏ’ ଆଦିରେ ତାଙ୍କୁ ଦେଖିବାକୁ ମିଳିଛି। ଖୁବ କମ୍ ଲୋକ ଜାଣିଥିବେ ଯେ, ଈଶିତା ହେଉନ୍ତି ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କ ସାନ ଭଉଣୀ।

Advertisement

Leave a Reply

Your email address will not be published. Required fields are marked *