ଜାତୀୟ

ସଙ୍ଗମରେ ବୁଡ଼ ପକାଇଲେ ରାଷ୍ଟ୍ରପତି

Advertisement

ପ୍ରୟାଗରାଜ: ମହାକୁମ୍ଭ ଅବସରରେ ପ୍ରୟାଗରାଜସ୍ଥିତ ତ୍ରିବେଣୀ ସଙ୍ଗମରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ନାନ କରିଛନ୍ତି। ସଙ୍ଗମରେ ସ୍ନାନ କରିବାରେ, ରାଜେନ୍ଦ୍ର ପ୍ରସାଦଙ୍କ ପରେ ସେ ହେଉଛନ୍ତି ଦେଶର ଦ୍ବିତୀୟ ରାଷ୍ଟ୍ରପତି। ଆଜି ପୂର୍ବାହ୍‌ଣରେ ରାଷ୍ଟ୍ରପତି ପ୍ରୟାଗରେ ପହଞ୍ଚିଥିଲେ। ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କ ଗହଣରେ ସେ ସଙ୍ଗମସ୍ଥଳରେ ସ୍ନାନ ଓ ଜଳ ତର୍ପଣ କରିଥିଲେ।

ନିକଟରେ ଉତ୍ତରପ୍ରଦେଶ ରାଷ୍ଟ୍ରପତି ଆନନ୍ଦୀବେନ୍‌ ପଟେଲ୍‌, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିଲେ।। ଏହାପରେ ଅକ୍ଷୟବଟ ଓ ବ‌ଡେ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରଥିଲେ। ଡିଜିଟାଲ୍‌ ମହାକୁମ୍ଭ ଅଭିଜ୍ଞାନ କେନ୍ଦ୍ର ପରିଦର୍ଶନ କରିଥିଲେ। ରାଷ୍ଟ୍ରପତି ମୁର୍ମୁ, ପ୍ରୟାଗରାଜରେ ପ୍ରାୟ ୮ ଘଣ୍ଟା ରହିଥିଲେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଲକ୍ଷ୍ୟ ରଖି ସମଗ୍ର ସହର ଓ ସଙ୍ଗମସ୍ଥଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Advertisement
Advertisement

Leave a Reply

Your email address will not be published. Required fields are marked *