କ୍ରିଡା

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଚେତେଶ୍ୱର ପୂଜାରା

Advertisement

କୋଲକାତା:ଟିମ୍ ଇଣ୍ଡିଆର ଅଭିଜ୍ଞ ଖେଳାଳି ଚେତେଶ୍ୱର ପୂଜାରା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ପୂଜାରା ବହୁତ ଦିନ ଧରି ଟେଷ୍ଟ ଟିମ୍ ଇଣ୍ଡିଆରୁ ବାହାରେ ଥିଲେ। ଏହି ଅଭିଜ୍ଞ ଖେଳାଳି ସୋସିଆଲ ମିଡିଆରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ସମ୍ପର୍କରେ ଘୋଷଣା କରିଛନ୍ତି। ଯେଉଁଥିରେ ସେ ଏକ ଭାବପ୍ରବଣ ନୋଟ୍ ଲେଖି କ୍ରିକେଟର ସମସ୍ତ ଫର୍ମାଟକୁ ଅଲବିଦା କହିଛନ୍ତି।

ଚେତେଶ୍ୱର ପୂଜାରା ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଲେଖିଛନ୍ତି, ଭାରତୀୟ ଜର୍ସି ପିନ୍ଧିବା, ଜାତୀୟ ସଙ୍ଗୀତ ଗାଇବା ଏବଂ ପଡ଼ିଆରେ ପାଦ ଦେବା ସମୟରେ ପ୍ରତ୍ୟେକ ଥର ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବା, ଏହାର ପ୍ରକୃତ ଅର୍ଥ ଶବ୍ଦରେ ବର୍ଣ୍ଣନା କରିବା ଅସମ୍ଭବ। କିନ୍ତୁ ଯେପରି କୁହାଯାଏନ, ପ୍ରତ୍ୟେକ ଭଲ ଜିନିଷର ଅନ୍ତ ହେବା ଆବଶ୍ୟକ, ଏବଂ ଅପାର କୃତଜ୍ଞତା ସହିତ ମୁଁ ସମସ୍ତ ପ୍ରକାରର ଭାରତୀୟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି। ଆପଣଙ୍କ ପ୍ରେମ ଏବଂ ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ!

Advertisement

ବହୁ ଦିନ ଧରି ଚେତେଶ୍ୱର ପୂଜାରାଙ୍କୁ ଟିମ୍ ଇଣ୍ଡିଆରେ ଚୟନ କରାଯାଉ ନଥିଲା। ଚୟନକର୍ତ୍ତାଙ୍କ ଧ୍ୟାନ ଏବେ ନୂଆ ଏବଂ ଯୁବ ଖେଳାଳିଙ୍କ ଉପରେ ଯାଇଛି। ପୂଜାରା ତାଙ୍କର ଶେଷ ଟେଷ୍ଟ ମ୍ୟାଚ୍ ୭ ଜୁନ୍ ୨୦୨୩ରେ ଖେଳିଥିଲେ। ପୂଜାରା ଓଭାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କର ଶେଷ ମ୍ୟାଚ୍ ଖେଳିଥିଲେ। ଏହି ମ୍ୟାଚ୍‌ରେ ତାଙ୍କର ପ୍ରଦର୍ଶନ ସେତେ ଭଲ ନଥିଲା। ପୂଜାରା ଏହି ମ୍ୟାଚ୍‌ର ପ୍ରଥମ ଇନିଂସରେ ୧୪ ରନ ଏବଂ ଦ୍ୱିତୀୟ ଇନିଂସରେ ୨୭ରନ କରିଥିଲେ।

ଚେତେଶ୍ୱର ପୂଜାରା ଟିମ୍ ଇଣ୍ଡିଆ ପାଇଁ ୧୦୩ ଟେଷ୍ଟ ଏବଂ ୫ଟି ଦିନିକିଆ ଖେଳିଛନ୍ତି। ସେ ୧୦୩ ଟେଷ୍ଟରେ ବ୍ୟାଟିଂ କରି ୭୧୯୫ ରନ ସଂଗ୍ରହ କରିଥିଲେ। ଏହି ସମୟରେ ତାଙ୍କର ସର୍ବୋତ୍ତମ ସ୍କୋର ୨୦୬ ରନ ଥିଲା। ପୂଜାରା ଟେଷ୍ଟରେ ୧୯ ଶତକ, ୩୫ ଅର୍ଦ୍ଧଶତକ ଏବଂ ୩ ଦ୍ୱିଶତକ କରିଥିଲେ। ଏହା ବ୍ୟତୀତ ପୂଜାରା ଦିନିକିଆରେ କେବଳ ୫୧ ରନ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *