ମନୋରଞ୍ଜନ

ଫିଲ୍ମ ଦେଖି ଭାବପ୍ରବଣ ହେଲେ ମୁସ୍‌ଲିମ୍ ଦର୍ଶକ

Advertisement

ନୂଆଦିଲ୍ଲୀ: ଆନିମେଟେଡ୍ ଫିଲ୍ମ ‘ମହାବତାର ନରସିଂହ’ ରିଲିଜ୍ ପରଠାରୁ ବକ୍ସ ଅଫିସରେ ଧମାଲ କରିଚାଲିଛି। ଫିଲ୍ମର ଆୟ ସାରା ବିଶ୍ୱରେ ପ୍ରାୟ ୨୦୦ କୋଟି ଟଙ୍କାରେ ପହଞ୍ଚିଛି। ହିନ୍ଦୁ ପୌରାଣିକ କାହାଣୀ ଉପରେ ଆଧାରିତ ଏହି ସିନେମାଟି ବିଭିନ୍ନ ଧର୍ମର ଦର୍ଶକଙ୍କ ହୃଦୟକୁ ଛୁଇଁଛି। କୌଣସି ପ୍ରଚାର ବିନା ରିଲିଜ୍ ହୋଇଥିବା ଏହି ଫିଲ୍ମଟି ଏବେ ଅନେକ ବଡ଼ ବଜେଟ୍ ଫିଲ୍ମକୁ ପଛରେ ପକାଇ ଦେଇଛି। ୪କ‌ୋଟିରେ ନିର୍ମାଣ ହୋଇଥିବା ଏହି ଫିଲ୍ମଟି ଏବେ ୨୦୦କୋଟି ଆୟ କରିବା କୌଣସି ଆଶ୍ଚର୍ଯ୍ୟଠାରୁ କମ୍ ନୁହେଁ। ଫିଲ୍ମ ପ୍ରତ୍ୟେକ ବର୍ଗର ଲୋକମାନେ ‘ମହାବତାର ନରସିଂହ’କୁ ପସନ୍ଦ କରୁଛନ୍ତି। ନିକଟରେ ନିର୍ଦ୍ଦେଶକ ଅଶ୍ୱିନ କୁମାର କହିଛନ୍ତି ଯେ, ଫିଲ୍ମ ଦେଖିବା ପରେ ମୁସଲିମ ଦର୍ଶକ ତାଙ୍କୁ ଭେଟିଥିଲେ ଏବଂ କହିଥିଲେ ଯେ, ଫିଲ୍ମଟି ଈଶ୍ବରଙ୍କ ଉପରେ ସେମାନଙ୍କ ଆସ୍ଥାକୁ ଆହୁରି ଦୃଢ଼ କରିଛି।

ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ନିର୍ଦ୍ଦେଶକ ଅଶ୍ୱିନ କୁମାର କହିଛନ୍ତି ଯେ, ମହାବତାର ନରସିଂହ ଫିଲ୍ମର ପ୍ରଭାବ କେବଳ ହିନ୍ଦୁ ଦର୍ଶକଙ୍କ ପର୍ଯ୍ୟନ୍ତ ସୀମିତ ନୁହେଁ। ମୁଁ ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କଠାରୁ ଶୁଣିଛି, ଯେଉଁଥିରେ ଅନେକ ମୁସଲିମ ଦର୍ଶକ ମଧ୍ୟ ସାମିଲ ଅଛନ୍ତି। ସେମାନେ ମୋ ପାଖକୁ ଆସି କହିଛନ୍ତି ଯେ ଏହି ଫିଲ୍ମ ସେମାନଙ୍କ ଆସ୍ଥାକୁ ଆହୁରି ଦୃଢ଼ କରିଛି। ମୁଁ କହୁନାହିଁ ଯେ, ଆପଣ ଆପଣଙ୍କର ଧର୍ମ ପରିବର୍ତ୍ତନ କରିବା ଉଚିତ। କିନ୍ତୁ ଆପଣ ଆସ୍ଥାକୁ ବୁଝିବା ଉଚିତ। ଆପଣ ଯେକୌଣସି ଈଶ୍ବରଙ୍କୁ ପୂଜା କରନ୍ତୁ ନା କାହିଁକି, ଏହି ଫିଲ୍ମ ଆପଣଙ୍କୁ ସେହି ଆସ୍ଥା ପ୍ରତି ସମର୍ପିତ ହେବା ଶିଖାଇବ।’

Advertisement
Advertisement

Leave a Reply

Your email address will not be published. Required fields are marked *