କ୍ରିଡା ଜାତୀୟ

ସିଏବି ସଭାପତି ପଦକୁ ଫେରିବେ ଗାଙ୍ଗୁଲି

Advertisement

କୋଲକାତା: ବିସିସିଆଇ ସଭାପତି ପଦ ଛାଡ଼ିବାର ୩ ବର୍ଷ ପରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ପୁଣିଥରେ କ୍ରିକେଟ୍‌ ‌ପ୍ରଶାସନ କ୍ଷେତ୍ରକୁ ଫେରିବାକୁ ଯାଉଛନ୍ତି।  ବେଙ୍ଗଲ କ୍ରିକେଟ୍‌ ସଂଘ (ସିଏବି)ର ଆଗାମୀ ନିର୍ବାଚନରେ ‌୫୨ ବର୍ଷୀୟ ଗାଙ୍ଗୁଲି ସଭାପତି ପଦ ଲାଗି ନାମାଙ୍କନ ପତ୍ର ଦାଖଲ କରିବାକୁ ଯୋଜନା କରୁଛନ୍ତି। ଗାଙ୍ଗୁଲି ୨୦୧୯ ପର୍ଯ୍ୟନ୍ତ ସିଏବିର ସଭାପତି ରହିଥିଲେ। ୨୦୧୪ରେ ଜଗମୋହନ ଡାଲମିଆଙ୍କ ଦେହାନ୍ତ ପରେ ସେ ଏହି ରାଜ୍ୟ କ୍ରିକେଟ୍‌ ବୋର୍ଡର ସମ୍ପାଦକ ପଦ ବି ସମ୍ଭାଳିଥିଲେ। ୨୦୧୯ରେ ସେ ବିସିସିଆଇର ସଭାପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ଜୟ ଶାହ ସମ୍ପାଦକ ହୋଇଥିଲେ।

ଗୋଟିଏ ବର୍ଷ ବିସିସିଆଇ ସଭାପତି ଅଳଙ୍କୃତ କରିବା ପରେ ସେ ୧୯୮୩ ବିଶ୍ବବିଜେତା ଦଳର ସଦସ୍ୟ ରୋଜର ବିନ୍ନିଙ୍କୁ ଏହି ପଦ ଛାଡ଼ି ଦେଇଥିଲେ। ସଂପ୍ରତି ସିଏବିର ସଭାପତି ରହିଛନ୍ତି ସୌରଭଙ୍କ ବଡ଼ ଭାଇ ସ୍ନେହାଶିଷ ଗାଙ୍ଗୁଲି। ତାଙ୍କ ୬ ବର୍ଷ ପୂରଣ ହୋଇଥିବାରୁ କୁଲିଂ ପିରିୟଡ୍‌ ପାଇଁ ସେ ଆଉ ଏହି ନିର୍ବାଚନରେ ଭାଗ ନେଇପାରିବେନି। ତେଣୁ ସିଏବି ସୌରଭ ଏହି ପଦ ଲାଗି ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି।

Advertisement
Advertisement

Leave a Reply

Your email address will not be published. Required fields are marked *