ଓଡ଼ିଶା ବାଣିଜ୍ୟ

ମହିଳା ପରିଚାଳିତ ଏମ୍ଏସ୍‌ଏମ୍ଇ: ତ୍ରୟୋଦଶ ସ୍ଥାନରେ ଓଡ଼ିଶା

Advertisement

ଭୁବନେଶ୍ବର: ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍‌ଏମ୍‌ଇ) କ୍ଷେତ୍ରରେ ମହିଳାଙ୍କ ନେତୃତ୍ବରେ ପରିଚାଳିତ ହେଉଥିବା ସଂସ୍ଥାଗୁଡ଼ିକର ସଂଖ୍ୟା ଏତେଟା ଉତ୍ସାହଜନକ ନାହିଁ। ଏହି କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ତ୍ରୟୋଦଶ ସ୍ଥାନରେ ରହିଛି। ତେଣୁ ରାଜ୍ୟରେ ଅଧିକ ମହିଳା ଉଦ୍ୟୋଗୀ ସୃଷ୍ଟି କରିବା ସମୟର ଆହ୍ବାନ ବୋଲି ଏମ୍ଏସ୍‌ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ଓ-ହବ୍‌ରେ ଅନୁଷ୍ଠିତ ଜିଲ୍ଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକଙ୍କ ଯୋଜନା କ୍ରିୟାନ୍ବୟନ ଓ ରୂପାୟନ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ସେ ଏହା କହିଛନ୍ତି। 

ଅଧିକରୁ ଅଧିକ ମହିଳାଙ୍କୁ ଉଦ୍ୟମିତା କ୍ଷେତ୍ରରେ ସାମିଲ କରିବା ପାଇଁ ପ୍ରୟାସ କରିବାକୁ ସେ ଅଧିକାରୀମାନଙ୍କୁ କହିଛନ୍ତି। ମହିଳା ନେତୃତ୍ବାଧୀନ ଏମ୍ଏସ୍‌ଏମ୍ଇ କ୍ଷେତ୍ରରେ ରାଜ୍ୟ ସ୍ଥିତିରେ ଉନ୍ନତି ଆଣିବାକୁ ମଧ୍ୟ ଆହ୍ବାନ ଦେଇଛନ୍ତି। ବୈଠକରେ ଏମ୍ଏସ୍‌ଏମ୍‌ଇ ବିଭାଗ ଦ୍ୱାରା ପରିଚାଳିତ ବିଭିନ୍ନ ଯୋଜନା ଓ ବିଭାଗ ଅନ୍ତର୍ଗତ ସମସ୍ତ ଅନୁଷ୍ଠାନଗୁଡିକର କାର୍ଯ୍ୟକୁ ସମୀକ୍ଷା କରାଯାଇଥିଲା। କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମ ପିଏମ୍ଇଜିପି, ପିଏମ୍ଏଫ୍ଏମ୍ଇ, ପିଏମ୍-ବିଶ୍ୱକର୍ମା ଏବଂ ଓଡିଶା ସରକାରଙ୍କର ସିଏମ୍-ଶ୍ରିମ୍‌ରେ  ଦିଆଯାଉଥିବା ଆର୍ଥିକ ଏବଂ ଅଣ ଆର୍ଥିକ ପ୍ରୋତ୍ସାହନଗୁଡିକ ସମୀକ୍ଷା ହୋଇଥିଲା।

Advertisement
Advertisement

Leave a Reply

Your email address will not be published. Required fields are marked *