ଓଡ଼ିଶା

କେଏମ୍‌ବିବି ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଆଇଏମ୍‌ଏମ୍‌ଟି ପରିଭ୍ରମଣ

Advertisement

କଟକଜିଲ୍ଲା ଅନ୍ତର୍ଗତ ନରଣପୁରସ୍ଥିତ କେଏମ୍‌ବିବି ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସିଏମ୍‌ଆଇଆର୍‌ ଆଇଏମ୍‌ଏମ୍‌ଟି ପରିଭ୍ରମଣ କରିଛନ୍ତି। ସେଠାରେ ମୁଖ୍ୟ ବୈଜ୍ଞାନିକ ଦେବୀପ୍ରସାଦ ଦାସ ଏବଂ ତାଙ୍କର ସହଯୋଗୀ ବୈଜ୍ଞାନିକମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଛାତ୍ରଛାତ୍ରୀମାନେ ବିଭିନ୍ନ ଗବେଷଣାତ୍ମକ ବିଜ୍ଞାନଗାରକୁ  ପରିଦର୍ଶନ କରିଥିଲେ।

ଏହାଦ୍ବାରା ବସ୍ତୁଭିତ୍ତିକ ପ୍ରଯୁକ୍ତିବିଦ୍ୟାର ଗବେଷଣାତ୍ମକ ଦିଗ ବାବଦରେ ଛାତ୍ରଛାତ୍ରୀମାନେ ଜ୍ଞାନ ଆହରଣ କରିପାରିଛନ୍ତି। ଆଇଏମ୍‌ଏମ୍‌ଟିର ବୈଜ୍ଞାନିକମାନଙ୍କ ଗବେଷଣାତ୍ମକ ସନ୍ଦର୍ଭର ବିସ୍ତୃତ ଆଲୋଚନା ଦ୍ବାରା ବିଜ୍ଞାନ ଉପକରଣର ଉପଯୋଗିତା ସମ୍ବନ୍ଧରେ ଛାତ୍ରଛାତ୍ରୀମାନେ ସୂଚନା ପାଇପାରିଥିଲେ।  ଛାତ୍ରଛାତ୍ରୀମାନଙ୍କୁ ଏତାଦୃଶ ସାଫଲ୍ୟମଣ୍ଡିତ କରିବାରେ ଆଇଏମ୍‌ଏମ୍‌ଟିର ସମସ୍ତ ବୈଜ୍ଞାନିକମାନଙ୍କୁ କେଏମ୍‌ବିବି ଶିକ୍ଷା ସମୂହର ନିର୍ଦ୍ଦେଶକ ଡ. ବିଜୁନି ଚରଣ ସୂତାର କୃତଜ୍ଞତା ଜଣାଇଛନ୍ତି।

Advertisement

ଏଥିରେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ସନ୍ତୋଷ କୁମାର ସାହୁ, ଉଦ୍ଭିଦ ବିଜ୍ଞାନର ଅଧ୍ୟାପକ ପ୍ରୀତମ କୁମାର ପଣ୍ଡା, ରାସାୟନିକ ବିଜ୍ଞାନ ଅଧ୍ୟାପିକା ମନୀଷା ସାହୁ, ଇଂରାଜୀ ବିଭାଗ ଅଧ୍ୟାପିକା ମୋନାଲିସା ନାୟକ, ସୁଭାସିନୀ ସ୍ବାଇଁ ଏବଂ ଶାରୀରିକ ପ୍ରଶିକ୍ଷକ ଫିରୋଜ ଖାନ୍ ପ୍ରମୁଖ ସହଯୋଗ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *