ଅନ୍ତର୍ଜାତୀୟ

ଟ୍ରମ୍ପଙ୍କ ମୃତ୍ୟୁକୁ ନେଇ ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡ କରୁଛି ଗୁଜବ

Advertisement

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୃତ। ଆମେରିକା ସମେତ ଅନେକ ଦେଶରେ ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡ କରୁଛି ଏଭଳି ଗୁଜବ। ଏହାର କାରଣ ମଧ୍ୟ ଆଶ୍ଚର୍ଯ୍ୟଜନକ। ତାହା ହେଉଛି ଟ୍ରମ୍ପଙ୍କ ସ୍ଵାସ୍ଥ୍ୟାବସ୍ଥା ଏବଂ ୭୨ ଘଣ୍ଟା ଧରି ଗଣମାଧ୍ୟମରେ ନିଜର ଚେହେରା ନ ଦେଖାଇବା। ସ୍ଵାସ୍ଥ୍ୟାବସ୍ଥା ଠିକ୍ ନ ଥିବାରୁ ଟ୍ରମ୍ପ ୩ ଦିନ ହେବ ଗଣମାଧ୍ୟମ ସମ୍ମୁଖକୁ ଆସିନାହାନ୍ତି। ତେଣୁ ‘ଟ୍ରମ୍ପ ମୃତ’ ବା #trumpisdead ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଟ୍ରେଣ୍ଡ କରୁଛି।

ଲୋକଙ୍କ କହିବା ଅନୁସାରେ, ଟ୍ରମ୍ପ ସବୁବେଳେ କ୍ୟାମେରା ଲେନ୍ସରେ ରହିବାକୁ ପସନ୍ଦ କରନ୍ତି। କିଛି ନା କିଛି ଅଜବ କଥା କହି ଖବରର ଶିରୋନାମାକୁ ଆସିବାକୁ ଚେଷ୍ଟା କରିଥାଆନ୍ତି। କିନ୍ତୁ ୭୨ ଘଣ୍ଟା ଧରି ତାଙ୍କୁ ଆଉ ଗଣମାଧ୍ୟମରେ ଦେଖିବାକୁ ମିଳୁନାହିଁ। ଗତ ମଙ୍ଗଳବାର ହ୍ବାଇଟ୍‌ ହାଉସରେ କ୍ୟାବିନେଟ ବୈଠକ ପରଠାରୁ ଟ୍ରମ୍ପ ଆଉ ଦେଖାଯାଉ ନାହାନ୍ତି। ବୁଧବାର, ଗୁରୁବାର ଏବଂ ଶୁକ୍ରବାର ୩ ଦିନ ଧରି ହ୍ବାଇଟହାଉସ ପକ୍ଷରୁ ରାଷ୍ଟ୍ରପତିଙ୍କ କୌଣସି କାର୍ଯ୍ୟସୂଚୀ ବି ପ୍ରକାଶ କରାଯାଇ ନାହିଁ।

Advertisement

ଏହାକୁ ନେଇ ଅନେକ ଲୋକ ସାମାଜିକ ଗଣମାଧ୍ୟମରେ ଟ୍ରମ୍ପଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି। #trumpisdead #whereistrump and #hesdead ଭଳି ବାର୍ତ୍ତା ଏକ୍ସ’ରେ ଟ୍ରେଣ୍ଡ କରୁଛି। ତେବେ ସେ ସୁସ୍ଥ ଥିବା ଟ୍ରମ୍ପଙ୍କ ମୁଖପାତ୍ର କାରୋଲିନ ଲାଭିଟ କହିଛନ୍ତି।

Advertisement

Leave a Reply

Your email address will not be published. Required fields are marked *