ତାମିଲନାଡ଼ୁର କରୁର ଜିଲାରେ ଶନିବାର ସ୍ବାମୀଙ୍କ ସହ ବଚସାରୁ ଗଣ୍ଡଗୋଳ ହୋଇ ଆହତ ହୋଇଥିବା ୨୭ ବର୍ଷୀୟ ସ୍ତ୍ରୀ ଚିକିତ୍ସା ପାଇଁ ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲ ବେଡ୍ରେ ଅଚେତ ଅବସ୍ଥାରେ ଥିବା ସ୍ତ୍ରୀ ଶ୍ରୁଥିଙ୍କୁ ରବିବାର ସ୍ବାମୀ ବିଶ୍ରୁଥ ୩ ଥର ଛୁରି ଭୁସି ହତ୍ୟା କରିଛନ୍ତି।
ଅନ୍ୟ ରୋଗୀ ଓ ହସ୍ପିଟାଲ କର୍ମଚାରୀଙ୍କ ସମ୍ମୁଖରେ ହତ୍ୟାକାଣ୍ଡ ଘଟାଇ ବିଶ୍ରୁଥ ଫେରାର ହୋଇଯାଇଥିଲେ। କୁଲିଥଲାଇ ପୋଲିସ ମାମଲା ରୁଜୁକରି ଅଭିଯୁକ୍ତ ସ୍ବାମୀଙ୍କୁ ଖୋଜୁଛି। ଶ୍ରୁଥି ପଟ୍ଟଭର୍ଥତ୍ ଅଞ୍ଚଳର ବିଶ୍ରୁଥଙ୍କୁ ବିବାହ କରିଥିବାବେଳେ ସେମାନଙ୍କର ୨ ସନ୍ତାନ ଅଛନ୍ତି।

