ଅପରାଧ ଓଡ଼ିଶା

ହୃଦୟବିଦାରକ ଘଟଣା: ସ୍ବାମୀ ସହ ଝଗଡା ପରେ ୨ ଝିଅଙ୍କୁ ବିଷ ଦେଇ ନିଜେ ବିଷ ପିଇଲା ମାଆ

Advertisement

ସୁନ୍ଦରଗଡ଼ ଜିଲାର ଲହୁଣୀପଡ଼ା ଥାନା ଅନ୍ତର୍ଗତ ବନ୍ଧବେର୍ଣ୍ଣା ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀର ମଦ ପିଇବା ଅଭ୍ୟାସ ଓ ନୀତି ଦିନିଆ ଝଗଡ଼ାରୁ ବିରକ୍ତ ହୋଇ ତାରିଣୀ ମୁଣ୍ଡା ନାମକ ଜଣେ ମହିଳା ନିଜର ଦୁଇ ଝିଅ ସୋନାଲୀ (୧୪) ଓ ଜ୍ୟୋସ୍ନାମୟୀ (୧୨)ଙ୍କୁ ବିଷମିଶ୍ରିତ ଥଣ୍ଡା ପାନୀୟ ପିଆଇବାକୁ ଦେଇ ନିଜେ ମଧ୍ୟ ବିଷ ପିଇଛନ୍ତି।

ଘଟଣା ଅନୁଯାୟୀ, ତାରିଣୀଙ୍କ ସ୍ୱାମୀ ପ୍ରତିଦିନ ମଦ ପିଇ ତାଙ୍କ ସହ ଝଗଡ଼ା କରୁଥିଲେ। ଏହାକୁ ଦୀର୍ଘଦିନ ସହ୍ୟ କରିବା ପରେ ତାରିଣୀଙ୍କ ଧୈର୍ଯ୍ୟର ବନ୍ଧ ଭାଙ୍ଗିଯାଇଥିଲା। ଗୁରୁବାର ସନ୍ଧ୍ୟାରେ ପୁନର୍ବାର ସ୍ୱାମୀ ସହ ଝଗଡ଼ା ହେବା ପରେ ଉତ୍ୟକ୍ତ ହୋଇ ତାରିଣୀ ଘରେ ଥିବା କୀଟନାଶକକୁ ଥଣ୍ଡା ପାନୀୟରେ ମିଶାଇ ଦୁଇ ଝିଅଙ୍କୁ ପିଆଇବାକୁ ଦେଇଥିଲେ ଏବଂ ନିଜେ ମଧ୍ୟ ସେହି ବିଷ ପିଇଥିଲେ।

Advertisement

ଘରର ଅନ୍ୟ ସଦସ୍ୟମାନେ ଏହା ଦେଖି ତୁରନ୍ତ ତାରିଣୀ ଓ ତାଙ୍କ ଦୁଇ ଝିଅଙ୍କୁ ଏକ ଅଟୋ ଯୋଗେ ବଣାଇ ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତିନିଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ରାଉରକେଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ଲହୁଣୀପଡ଼ା ଥାନା ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି। ଏହି ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Advertisement

Leave a Reply

Your email address will not be published. Required fields are marked *