ଅପରାଧ ଓଡ଼ିଶା

ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ, ୧୦ ହଜାର ଟଙ୍କା ଜରିମାନା

Advertisement

ପାଟଣାଗଡ଼: ବଲାଙ୍ଗୀରଜିଲ୍ଲା ପାଟଣାଗଡ଼ ବ୍ଲକ କରଲାମାଲ ଗ୍ରାମରେ ୬ବର୍ଷ ପୂର୍ବରୁ ଘଟିଥିବା ଏକ ହତ୍ୟାକାଣ୍ଡ ମାମଲାର ବିଚାର କରି ପାଟଣାଗଡ଼ ଏଡିଜେ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ଦୋଷୀଙ୍କୁ ୧୦ ହଜାର ଟଙ୍କା ଜରିମାନା ଦଣ୍ଡ ହୋଇଛି। ଜରିମାନା ଅନାଦେୟ ଆହୁରି ୬ ମାସ କାରାଦଣ୍ଡ ହେବ ବୋଲି କୋର୍ଟ କହିଛନ୍ତି।

ମାମଲାର ବିବରଣୀରୁ ଜଣାଯାଏ ୨୦୧୯ ଅଗଷ୍ଟ ମାସରେ କରଲାମାଲ ଗ୍ରାମରେ ଥିବା ପୋଖରୀକୁ ଲକ୍ଷ୍ମଣ ବନଛୋର ଓ ମଦନ ଷାଣ୍ଢ ଯାଉଥିଲେ। ପୋଖରୀ ନିକଟରେ ହଠାତ୍ ସୌଣସି କଥାକୁ ନେଇ ମଦନ ଟାଙ୍ଗିଆରେ ଲକ୍ଷ୍ମଣଙ୍କୁ ହାଣି ଦେଇଥିଲା। ଫଳରେ ଲକ୍ଷ୍ମଣ ଗୁରୁତର ହୋଇ ପଡ଼ିଥିଲେ। ସେଠାରୁ ଉଦ୍ଧାର କରାଯାଇ ପ୍ରଥମେ ପାଟଣାଗଡ଼ ଏବଂ ପରେ ବଲାଙ୍ଗୀର ଓ ବୁର୍ଲାକୁ ସ୍ଥାନାନ୍ତରିତ କରାଯାଇଥିଲା। ବୁର୍ଲାରେ ଲକ୍ଷ୍ମଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

Advertisement

ଏନେଇ ପାଟଣାଗଡ଼ ଥାନାରେ ଏକ ମାମଲା ରୁଜୁ କରାଯାଇ ମଦନକୁ ପୁଲିସ ଗିରଫ କରିଥିଲା। ସମସ୍ତ ସାକ୍ଷ ପ୍ରମାଣ ଗ୍ରହଣ ସରିବା ପରେ ମଙ୍ଗଳବାର ପାଟଣାଗଡ଼ ଏଡିଜେ କୋର୍ଟ ଅଭିଯୁକ୍ତ ମଦନକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି। ଅନାଦେୟ ଆହୁରି ୬ମାସ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *