ଓଡ଼ିଶା

ରାଜ୍ୟରେ ବର୍ଷାର ବିଚିତ୍ର ସ୍ଥିତି : କେଉଁଠି ନିଅଣ୍ଟିଆ ତ, ପୁଣି କେଉଁଠି ପରିମାଣ ଅଧିକ

Advertisement

ଭୁବନେଶ୍ବର: ଚଳିତ ବର୍ଷ ଗତ ଜୁନ୍ ମାସରୁ ସାରା ରାଜ୍ୟରେ ବର୍ଷା ଜାରି ରହିଛି। ତେବେ ଏବର୍ଷ ଟିକେ ଭିନ୍ନ ସ୍ଥିତି ଦେଖିବାକୁ ମିଳିଛି। କେଉଁଠି ପ୍ରବଳ ବର୍ଷା, ତ ପୁଣି ପୁଣି କେଉଁଠି ବର୍ଷାର ପରିଣାମ କମ୍ ରହୁଛି। ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ ୧ ଜୁନ୍‌ରୁ ୧୯ ଅଗଷ୍ଟ ସମୟ ଅବଧି ମଧ୍ୟରେ ଓଡ଼ିଶାର ୬ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ସ୍ଥିତି ଦେଖିବାକୁ ମିଳିଛି। ରାଜ୍ୟର ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା, ଗଜପତି, ପୁରୀ, ଖୋର୍ଧା ଓ ଯାଜପୁରରେ ବର୍ଷାର ନିଅଣ୍ଟିଆ ସ୍ଥିତି ଦେଖିବାକୁ ମିଳିଛି। ଏଣେ ମୟୂରଭଞ୍ଜ ଓ କୋରାପୁଟ ଭଳି ଦୁଇଟି ଜିଲ୍ଲାରେ ଅଧିକ ବର୍ଷା ରେକର୍ଡ କରାଯାଇଛି।

ଉପରୋକ୍ତ ୮ଟି ଜିଲ୍ଲାକୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ ବର୍ଷାର ପରିମାଣ ସ୍ବାଭାବିକ ରହିଛି। ଆଶ୍ଚର୍ଯ୍ୟର ବିଷୟ ଯେ, ରାୟଗଡ଼ା, ଗଜପତି ଭଳି ନିକଟବର୍ତ୍ତୀ ଜିଲ୍ଲାରେ ବର୍ଷାର ପରିମାଣ କମ୍ ରହୁଛି, ଅଥଚ କୋରାପୁଟରେ ଅଧିକ ବର୍ଷା ହେଉଛି। ଠିକ୍ ସେହିପରି ବାଲେଶ୍ବର ଓ କେନ୍ଦୁଝରରେ ସ୍ବାଭାବିକ ବର୍ଷା ହେଉଥିବା ବେଳେ ନିକଟବର୍ତ୍ତୀ ମୟୂରଭଞ୍ଜ ଜିଲ୍ଲାରେ ବର୍ଷାର ମାତ୍ରା ଅଧିକ ହେଉଛି।
ଉପରୋକ୍ତ ୮ଟି ଜିଲ୍ଲାକୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ ବର୍ଷାର ପରିମାଣ ସ୍ବାଭାବିକ ରହିଛି। ଆଶ୍ଚର୍ଯ୍ୟର ବିଷୟ ଯେ, ରାୟଗଡ଼ା, ଗଜପତି ଭଳି ନିକଟବର୍ତ୍ତୀ ଜିଲ୍ଲାରେ ବର୍ଷାର ପରିମାଣ କମ୍ ରହୁଛି, ଅଥଚ କୋରାପୁଟରେ ଅଧିକ ବର୍ଷା ହେଉଛି। ଠିକ୍ ସେହିପରି ବାଲେଶ୍ବର ଓ କେନ୍ଦୁଝରରେ ସ୍ବାଭାବିକ ବର୍ଷା ହେଉଥିବା ବେଳେ ନିକଟବର୍ତ୍ତୀ ମୟୂରଭଞ୍ଜ ଜିଲ୍ଲାରେ ବର୍ଷାର ମାତ୍ରା ଅଧିକ ହେଉଛି। ଆଗାମୀ କିଛି ଦିନ ଭିତରେ ଯେଉଁଠି ବର୍ଷ‌ାର ପରିମାଣ କମ୍ ରହିଛି ବା ଯେଉଁ ଜିଲ୍ଲାରେ ଅଧିକ ବର୍ଷ ହୋଇଛି, ସେଠାରେ ସ୍ବାଭାବିକ ପରିମାଣର ବର୍ଷା ରେକର୍ଡ ହେଉଛି କି ନା, ତାହା ଦେଖିବା କଥା।

Advertisement
Advertisement

Leave a Reply

Your email address will not be published. Required fields are marked *