ଅନ୍ତର୍ଜାତୀୟ ରାଜନୀତି

ଲାଗୁଥିଲା ଯେପରି ନିର୍ବାଚନ କମିସନ ନୁହେଁ, ଜଣେ ବିଜେପି ନେତା କହୁଥିଲେ : ବିରୋଧୀ

Advertisement

ନୂଆଦିଲ୍ଲୀ : ଭୋଟର ତାଲିକା ସଂପର୍କରେ ରାହୁଲ ଗାନ୍ଧିଙ୍କ ଅଭିଯୋଗକୁ ନେଇ ନିର୍ବାଚନ କମିସନ କରିଥିବା ସାମ୍ବାଦିକ ସମ୍ମିଳନୀକୁ ନେଇ ରାଜନୀତି ସରଗରମ ହୋଇଯାଇଛି । ବିରୋଧୀ ଦଳମାନେ କମିସନଙ୍କ ସାମ୍ବାଦିକ ସମ୍ମିଳନୀକୁ କଟାକ୍ଷ କରିଛନ୍ତି । କଂଗ୍ରେସ ନେତା ପବନ ଖେଡ଼ା ତାତ୍ସଲ୍ୟ କରି କହିଛନ୍ତି ଯେ ଲାଗୁଥିଲା ଯେପରି ନିର୍ବାଚନ କମିସନର ନୁହନ୍ତି ଜଣେ ବିଜେପି ନେତା କହୁଥିଲେ ।

ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ କଂଗ୍ରେସ ନେତା ପବନ ଖେଡ଼ା କହିଛନ୍ତି, “କ’ଣ ଜ୍ଞାନେଶ କୁମାର ମହାଦେବପୁରାରେ ଆମ ଦ୍ୱାରା ପ୍ରକାଶିତ ୧ ଲକ୍ଷ ଭୋଟରଙ୍କ ବିଷୟରେ କୌଣସି ପ୍ରତିକ୍ରିୟା ଦେଇଥିଲେ? ସେ ଦେଇ ନଥିଲେ। ସେ କହିଛନ୍ତି ଯେ ୪୫ ଦିନ ପରେ ସିସିଟିଭି ଫୁଟେଜ୍ ଦେବା ଗୋପନୀୟତା ଉଲ୍ଲଂଘନ କରେ । ତେବେ କଣ ୪୫ତମ ଦିନ ଗୋପନୀୟତା ଉଲ୍ଲଂଘନ ହୁଏ ନାହିଁ, ୪୬ ଦିନରେ ଗୋପନୀୟତା ଉଲ୍ଲଂଘନ ହୁଏ?”

Advertisement

କଂଗ୍ରେସ ନେତା ପବନ ଖେଡ଼ା କହିଛନ୍ତି, “କ’ଣ ଜ୍ଞାନେଶ କୁମାର ମହାଦେବପୁରାରେ ଆମ ଦ୍ୱାରା ପ୍ରକାଶିତ ୧ ଲକ୍ଷ ଭୋଟରଙ୍କ ବିଷୟରେ କୌଣସି ପ୍ରତିକ୍ରିୟା ଦେଇଥିଲେ? ସେ ଦେଇ ନଥିଲେ। ସେ କହିଛନ୍ତି ଯେ ୪୫ ଦିନ ପରେ ସିସିଟିଭି ଫୁଟେଜ୍ ଦେବା ଗୋପନୀୟତା ଉଲ୍ଲଂଘନ କରେ । ତେବେ କଣ ୪୫ତମ ଦିନ ଗୋପନୀୟତା ଉଲ୍ଲଂଘନ ହୁଏ ନାହିଁ, ୪୬ ଦିନରେ ଗୋପନୀୟତା ଉଲ୍ଲଂଘନ ହୁଏ?”

ଖେରା କହିଥିଲେ ଯେ ଯେତେବେଳେ ଆପଣଙ୍କୁ କାହା ସହିତ ସିସିଟିଭି ଫୁଟେଜ୍ ସେୟାର କରିବାକୁ ପଡ଼େ ନାହିଁ, ତେବେ ଆପଣ କାହିଁକି ସିସିଟିଭି ଫୁଟେଜ୍ ତିଆରି କରନ୍ତି। ଏହାର କୌଣସି ଉତ୍ତର ନାହିଁ। ସେହିପରି କଂଗ୍ରେସ ନେତା ଜୟରାମ ରମେଶ, ଆରଜେଡି ନେତା ମନୋଜ ଝା ମଧ୍ୟ ନିର୍ବାଚନ କମିସନଙ୍କୁ ସମାଲୋଚନା କରିଛନ୍ତି । ଝା କହିଛନ୍ତି ଯେ ନିର୍ବାଚନ କମିସନ ସମ୍ବିଧାନରୁ ସୃଷ୍ଟି ହୋଇଛି, ନିଜେ ସମ୍ବିଧାନ ନୁହେଁ ।

Advertisement

Leave a Reply

Your email address will not be published. Required fields are marked *