ଓଡ଼ିଶା କ୍ରିଡା

ଅଶୋକ ପଟ୍ଟନାୟକ ସ୍ମାରକୀ ବଂଧୁକଚାଳନା ଓ ବାହୁକୁସ୍ତି: ଏମାନଙ୍କୁ ମିଳିଲା ସ୍ବର୍ଣ୍ଣ

Advertisement

ଭୁବନେଶ୍ବର: ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା) ଓ ଉତ୍କଳ କରାଟେ ସ୍କୁଲ୍‌ ମିଳିତ ଆନୁକୂଲ୍ୟରେ ସୋମବାର କ୍ରୀଡ଼ା ସାମ୍ବାଦିକ ଅଶୋକ ପଟ୍ଟନାୟକଙ୍କ ୨୭ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବରିଷ୍ଠ ଉପସଭାପତି ସମୀକ୍ଷା ପଟ୍ଟନାୟକ ଶ୍ରଦ୍ଧାସୁମନ ଜଣାଇଥିଲେ। ଯୁଗ୍ମସମ୍ପାଦକ ସଂଜୀବ ବିଶ୍ବାଳ ଡକ୍ଟର ଅଶୋକ ପଟ୍ଟନାୟକଙ୍କ ସ୍ମୃତି ଚାରଣ କରିଥିଲେ। ଏହି ଅବସରରେ କ୍ରୀଡ଼ା ସାମ୍ବାଦିକଙ୍କ ମଧ୍ୟରେ ସୌଖିନ ବଂଧୁକଚାଳନା ଓ ବାହୁକୁସ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ବାହୁକୁସ୍ତିରେ ୭୫ କିଲୋଗ୍ରାମରୁ କମ୍‌ ଓଜନ ବର୍ଗରେ ତୁଷ‌ାର ସେନାପତି, ଶକ୍ତି ପ୍ରସାଦ ନନ୍ଦ, ରଂଜନ ରାୟ ଏବଂ ୭୫ କିଲୋଗ୍ରାମରୁ ଊର୍ଧ୍ବ ଓଜନ ବର୍ଗରେ ସନ୍ଦୀପ ମିଶ୍ର, ଅନାଦି କର, ସଂଜୀବ ବିଶ୍ବାଳ ପ୍ରଥମରୁ ତୃତୀୟ ସ୍ଥାନରେ ରହି କ୍ରମାନ୍ବୟରେ ସ୍ବର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକ ଜିତିଥିଲେ। ସେହିଭଳି ବଂଧୁକଚାଳନାର ୪୫ ବର୍ଷରୁ କମ୍‌ ବର୍ଗରେ ଦେବୀ ପାଣିଗ୍ରାହୀ, ଚକ୍ରଧର ମାଝୀ, ତୁଷାର ସେନାପତି, ୪୫ରୁ ୫୫ ବର୍ଷ ବର୍ଗରେ ସର୍ବେଶ୍ବର ମହାନ୍ତି, ତପନ ସ୍ବାଇଁ, ରଂଜନ ରାୟ ଏବଂ ୫୫ ବର୍ଷରୁ ଊର୍ଧ୍ବ ବୟସ ବର୍ଗରେ ସୁଜିତ ଦାସ, ସୁରେଶ ସ୍ବାଇଁ, ରଜନୀକାନ୍ତ ଶତ୍ରୁସଲ୍ୟ କ୍ରମାନ୍ବୟରେ ସ୍ବର୍ଣ୍ଣ, ରୌପ୍ୟ, କାଂସ୍ୟ ପଦକ ଜିତିଥିଲେ। ଉଭୟ ପ୍ରତିଯୋଗିତାର ମହିଳା ବର୍ଗରେ ମନ୍ଦାକିନୀ ମିଶ୍ର ଶ୍ରେଷ୍ଠ ବିବେଚିତ ହୋଇ ଦ୍ବିମୁକୁଟ ସହ ଯୁଗଳ ସ୍ବର୍ଣ୍ଣ ପଦକ ମଧ୍ୟ ଜିତିଥିଲେ। ପଦକ ବିଜେତାଙ୍କ ବ୍ୟତୀତ ଓସ୍‌ଜା ପକ୍ଷରୁ ବେଣୁଧର ଦାସ, ବିମଳ ରାଉଳ, ମନୋରଂଜନ ଦାସ, ଅନିରୁଦ୍ଧ ମିଶ୍ର, ପ୍ରଫୁଲ୍ଲ କିଶୋର ସାହୁ, ସନ୍ତୋଷ କୁମାର ମହାନ୍ତି, ସୁଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Advertisement

ଉତ୍କଳ କରାଟେ ସ୍କୁଲ୍‌ର ମୁଖ୍ୟ ଡକ୍ଟର ହରି ପ୍ରସାଦ ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ବରିଷ୍ଠ ଫଟୋ ସାମ୍ବାଦିକ ପୀୟୂଷ ମହାନ୍ତି, ବଳଭଦ୍ର ଦାସ, ସାଗର ନାୟକ, କୁନୁ ମୁଖି, ହିମାଂଶୁ ଶେଖର ଦାସ, ସତ୍ୟଜିତ ପ୍ରଧାନ, ରାକେଶ ମହାନ୍ତି, ଶ୍ରୀଜିତା ବରାଳ, ଭବିଷ୍ୟା ପତି, ଅନୁପମା ସ୍ବାଇଁ, ସନ୍ଦୀପ ଦାସ ପ୍ରମୁଖ ପ୍ରତିଯୋଗିତା ସଂଚାଳନ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *