ଓଡ଼ିଶା ରାଜନୀତି

ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କଲା ଭାଜପା

Advertisement

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ମା’ଙ୍କ ନାମରେ ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅଶାଳୀନ ମନ୍ତବ୍ୟ ଦେବା ଘଟଣାକୁ ନେଇ ସୋମବାର କଳାହାଣ୍ଡି ଜିଲା ଭବାନୀପାଟଣା ଗାନ୍ଧୀ ଛକଠାରେ ଭାଜପା ପକ୍ଷରୁ ରାହୁଲଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି। ଜିଲା ସଭାପତି ଯୁଗଳ କିଶୋର ପୋଡ଼ଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ପ୍ରକାଶ ଯେ, ଗତ କିଛିଦିନ ହେବ ବିହାର ନିର୍ବାଚନ ପୂର୍ବରୁ ସାଧାରଣ ଜନତାଙ୍କ ମନରେ ବିଭ୍ରାନ୍ତ ସୃଷ୍ଟି କରିବା ପାଇଁ କଂଗ୍ରେସ ନେତା ଓ ତା’ର ସହଯୋଗୀ ଦଳ ନିର୍ବାଚନ କମିଶନ ଦ୍ୱାରା ଲାଗୁ ହୋଇଥିବା ଏସ୍‌ଆଇଆର୍‌ ବିରୋଧରେ ଜନସଭା ଆୟୋଜନ କରି ଭୋଟରଙ୍କୁ ବିଭ୍ରାନ୍ତ କରିବା ପାଇଁ ଅପଚେଷ୍ଟା ଚଳାଇଥିବା ଭାଜପା ଅଭିଯୋଗ ଆଣିଛି। ବିହାର ଜନତାଙ୍କ ସମର୍ଥନ ମିଳୁ ନ ଥିବା କାରଣରୁ ନିରାଶ ହୋଇ ଶେଷରେ ପ୍ରଧାନମନ୍ତ୍ରୀ ଓ ତାଙ୍କ ମା’ଙ୍କ ଉପରେ ଅଶାଳୀନ ମନ୍ତବ୍ୟ ଦେଉଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେଉଛି, ଯାହାକୁ ଭାଜପା କଡ଼ା ନିନ୍ଦା କରିଛି।

Advertisement

ଏହାକୁ ନେଇ ତୁରନ୍ତ ରାହୁଲ କ୍ଷମା ମାଗନ୍ତୁ ନଚେତ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ଜିଲା ସଭାପତି ପୋଡ଼ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲା ସାଧାରଣ ସମ୍ପାଦକ ଜୟ ଶଙ୍କର ନାଏକ, ନଗର ସଭାପତି ଚିତ୍ତ ରଞ୍ଜନ ପାତ୍ର, ପୂର୍ବତନ ନଗର ସଭାପତି ସନ୍ତୋଷ ବିଶି, ଜିଲା ସ୍ବଚ୍ଛ ଭାରତ ସଂଯୋଜକ ଲୋକନାଥ ଦୁର୍ଗା ,ଯୁବମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦିବ୍ୟ ଜ୍ୟୋତି ମୁଣ୍ଡ, ଯୁବମୋର୍ଚ୍ଚା ସଭାପତି ବିଜୟଦେବ ସାହୁ, ପ୍ରଦୀପ ଦାସ, ହିମାଂଶୁ ବିଶାଳ, ଜିଲା ମିଡିଆ ସଂଯୋଜକ ନରହରି ପଟ୍ଟନାୟକ ପ୍ରମୁଖଙ୍କ ସମେତ ଅନେକ କର୍ମୀ ଉପସ୍ଥିତ ଥିଲେ।

Advertisement

Leave a Reply

Your email address will not be published. Required fields are marked *