ଅପରାଧ ଓଡ଼ିଶା

ଡିଜିଟାଲ୍‌ ଆରେଷ୍ଟରେ ଫସିଗଲେ ସେନା ଡାକ୍ତର

Advertisement

କଟକ: କଟକ ସିଡିଏର ବାସିନ୍ଦା ସେନାବାହିନୀର ଜଣେ ଅବସରପ୍ରାପ୍ତ ଡାକ୍ତର ଡିଜିଟାଲ୍ ଆରେଷ୍ଟରେ ଫସିଯାଇଛନ୍ତି। ସାଇବର୍ ଅପରାଧୀ ଗ୍ୟାଙ୍ଗ ତାଙ୍କ ନିକଟରୁ ୧ କୋଟି ୯ ଲକ୍ଷ ୪୬ ହଜାର ଟଙ୍କା ଲୁଟିନେଇଛନ୍ତି। ଏହି ଘଟଣାରେ ସାଇବର୍ ଥାନା ପୁଲିସ ତିନି ଜଣ ଠକଙ୍କୁ ଗିରଫ କରିଛି। ସେମାନେ ହେଉଛନ୍ତି ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ବର୍ମା କୁସୁଵା(୨୧), ହାୱାଡ଼ାର ଦିନେଶ ଖଣ୍ଡେଲଵାଲ(୫୬), ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଜୟ କୁମାର ସ(୩୨)। ବର୍ମାର ବ୍ୟାଙ୍କ୍ ଆକାଉଣ୍ଟକୁ ଏହି ଠକେଇ ଟଙ୍କା ଯାଇଥିବା ବେଳେ ଦିନେଶ ନିଜକୁ ନକଲି ଜଜ୍ ପରିଚୟ ଦେଇଥିଲା। ସେହିଭଳି ଜୟ ନିଜକୁ ଟ୍ରାଇର ଅଧିକାରୀ ପରିଚୟ ଦେଇଥିଲା। ଏହି ଗ୍ୟାଙ୍ଗର ନକଲି ସିବିଆଇ ଅଧିକାରୀ ପରିଚୟ ଦେଉଥିବା ଠକ ଫେରାର ହୋଇଯାଇଛି। 

ପୋଛି ନେଇଥିଲେ କୋଟିଏ ନଅ ଲକ୍ଷ
ଧରାପଡ଼ିଲେ ନକଲି ଟ୍ରାଇ ଅଧିକାରୀ, ନକଲି ଜଜ୍

Advertisement

ଡାକ୍ତର ଶଙ୍କର ପ୍ରସାଦ ମିଶ୍ର ଏକ ଅଜଣା ନମ୍ବରରୁ ଏକ ଫୋନ୍ କଲ୍ ପାଇଥିଲେ। ଫୋନ୍ କରିଥିବା ବ୍ୟକ୍ତି ନିଜକୁ ଟ୍ରାଇର ଅଧିକାରୀ ପରିଚୟ ଦେବା ସହିତ ନାମ ରାଜୀବ ସିହ୍ନା ବୋଲି କହିଥିଲେ। ଶଙ୍କରଙ୍କ ଆଧାର କାର୍ଡ ବ୍ୟବହାର କରାଯାଇ ଜାଲ୍ ସିମ୍‌କାର୍ଡ ସ୍କାମ୍ କରାଯାଇଥିବା ସଂକ୍ରାନ୍ତରେ ସାଇବର୍ ଥାନାରେ ମାମଲା ରୁଜୁ ହୋଇଥିବା ରାଜୀବ କହିଥିଲା। ରାଜୀବ ଏହି ଫୋନ୍ କଲ୍‌କୁ ଜଣେ ସିବିଆଇ ଅଧିକାରୀ ପରିଚୟ ଦେଉଥିବା ବ୍ୟକ୍ତିଙ୍କ ନିକଟରୁ ଟ୍ରାନ୍ସଫର କରିଥିଲା। ପରେ ଏହି କଲ୍ ଜଣେ ଜଜ୍ ପରିଚୟ ଦେଉଥିବା ବ୍ୟକ୍ତିଙ୍କ ନିକଟରୁ ଟ୍ରାନ୍ସଫର ହୋଇଥିଲା। ଶଙ୍କରଙ୍କୁ ଡିଜିଟାଲ୍ ଆରେଷ୍ଟ କରାଯାଇଥିବା ସଂକ୍ରାନ୍ତରେ ସୂଚନା ଦେଇଥିଲେ। ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ଟଙ୍କାକୁ ନିର୍ଦ୍ଦିଷ୍ଟ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯାଞ୍ଚ କରିବା ଉଦ୍ଦେଶ୍ୟରେ ପଠାଇବା ପାଇଁ ରାଜୀବ ବିଭିନ୍ନ ସମୟରେ କହିଥିଲା। ଫଳରେ ଶଙ୍କର ୧ କୋଟି ୯ ଲକ୍ଷ ୪୬ ହଜାର ଟଙ୍କା ପଠାଇଥିଲେ। ଏହା ଏକ ସାଇବର୍ ଠକେଇ ବୋଲି ଜାଣିବା ପରେ ୨୦୨୪ ଡିସେମ୍ବର ୨୪ରେ ସାଇବର୍ ଥାନା ପୁଲିସରେ ଏକ ମାମଲା ରୁଜୁ କରିଥିଲେ। ଗିରଫ ତିନି ଅଭିଯୁକ୍ତଙ୍କ ନିକଟରୁ ତିନୋଟି ମୋବାଇଲ୍ ଫୋନ୍, ଜାଲ୍ ସିମ୍‌କାର୍ଡ, ୧୯ଟି କ୍ରେଡିଟ୍ଓ ଡେବିଟ୍ କାର୍ଡ, ୪୦ଟି ବ୍ୟାଙ୍କ ଆକାଉଣ୍ଟ ଜବତ କରାଯାଇଛି।

Advertisement

Leave a Reply

Your email address will not be published. Required fields are marked *