ଓଡ଼ିଶା

ଗାଡ଼ି ଯାଞ୍ଚ୍: ୨ ଲକ୍ଷ ୫୦ ହଜାର ଚାଲାଣ କଟିଲା

Advertisement

ଘୁ.ଉଦୟଗିରି: ଘୁ.ଉଦୟଗିରିରେ ସ୍ଥାନୀୟ ପୁଲିସର ସହଯୋଗରେ ଜିଲ୍ଲା ପରିବହନ  ବିଭାଗ ପକ୍ଷରୁ ସ୍ଥାନୀୟ ଶ୍ରୀରାମପଦା ସ୍ଥିତ ବନବିଭାଗ କାର୍ଯ୍ୟାଳୟ ସମ୍ମୁଖରେ  ପରିବହନ ଅଧିକାରୀ ଶିବାନୀ ମାଝୀ, କନେଷ୍ଟେବଳ ପୂଜାରୀଣି ସାହୁ, ରତ୍ନାକର ଭଇନା ଓ ସ୍ଥାନୀୟ ପୁଲିସ ଏଏସ୍‌ଆଇ ବଣ୍ଟି ଦଣ୍ଡିଆଙ୍କ ନେତୃତ୍ୱରେ ସମସ୍ତ ଯାନବାହନ ଯାଞ୍ଚ୍ କରାଯାଇଥିଲା ।

ଯାଞ୍ଚ୍ ବେଳେ ଚାଳକମାନଙ୍କ ଡ୍ରାଇଭିଂ ଲାଇସେନ୍ସ, ହେଲମେଟ, ହାଇ ସିକ୍ୟୁରିଟି ନମ୍ୱର ପ୍ଲେଟ, ଇନସୁରାନ୍ସ  କାଗଜ ପତ୍ର ଯାଞ୍ଚ୍ କରାଯିବା ସହ ମଦ୍ୟପ ଚାଳକମାନଙ୍କୁ ପରୀକ୍ଷା କରି ଚାଲାଣ କଟାଯାଇଛି।

Advertisement

ପ୍ରାୟ ୩୩ରୁ ଅଧିକ ଗାଡ଼ି ଚାଳକ ଯାଞ୍ଚ୍‌ର ସମ୍ମୁଖୀନ ହୋଇଥିଲେ। କିଛି ଚାଳକ ବିନା ହେଲମେଟରେ ଗାଡ଼ି ଚଳାଉଥିବା ଓ ଗାଡ଼ି ଗୁଡ଼ିକର ହାଇ ସିକ୍ୟୁରିଟି ନମ୍ୱର ପ୍ଲେଟ, ଡ୍ରାଇଭିଂ ଲାଇସେନ୍ସ ନଥିବା ଯୋଗୁ ଯାଞ୍ଚ୍ ବେଳେ ପ୍ରାୟ ୨ ଲକ୍ଷ ୫୦ ହଜାର ଟଙ୍କା ଚାଲାଣ କଟାଯାଇଥିଲା। 

୫ ଜଣ ମଦ୍ୟପାନ ଓ ବିନା ଲାଇସେନ୍ସରେ ଗାଡ଼ି ଚଳାଉ ଥିବାରୁ ତଣ୍ଡ ଗଣିଥିଲେ। ଆଗକୁ ମଧ୍ୟ ପରିବହନ ବିଭାଗ ଓ ସ୍ଥାନୀୟ ପୁଲିସ ବାହିନୀର ମିଳିତ ସହଯୋଗରେ ପ୍ରତ୍ୟେକ ମାସ ଏହିପରି ଗାଡ଼ି ମଟର ଯାଞ୍ଚ୍ କରାଯାଇ ବିନା କାଗଜପତ୍ର ,ଲାଇସେନ୍ସ ବିନା  ବେଆଇନ ଭାବେ ଗାଡ଼ି ମୋଟର ଚଳାଉଥିବା ଚାଳକମାନଙ୍କୁ ଦଣ୍ଡିତ କରାଯିବା ନେଇ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି।

Advertisement

Leave a Reply

Your email address will not be published. Required fields are marked *