ଅପରାଧ ଓଡ଼ିଶା ଜାତୀୟ

ସ୍ବାମୀଙ୍କୁ ହତ୍ୟା କରିନାହିଁ, ଏଥିରେ ମୋର କୌଣସି ସମ୍ପୃକ୍ତି ନାହିଁ; ସୋନମ

Advertisement

ନୂଆଦିଲ୍ଲୀ: ମେଘାଳୟର ସିଲଂକୁ ହନିମୁନ ପାଇଁ ଯାଇଥିବା ସୋନମ ରଘୁବଂଶୀ ତାଙ୍କ ସ୍ୱାମୀ ରାଜା ରଘୁବଂଶୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ରାଜା ରଘୁବଂଶୀଙ୍କ ହତ୍ୟା ମାମଲାକୁ କେନ୍ଦ୍ର କରି ପୁଲିସ ସମେତ ବିଭିନ୍ନ ସୂତ୍ର ଦାବି କରୁଛି ଯେ ରାଜା କୁଶୱାହାଙ୍କ ସହ ପ୍ରେମ ସମ୍ପର୍କ ଯୋଗୁଁ ସୋନମ ମଧ୍ୟପ୍ରଦେଶର ଇନ୍ଦୋରରୁ ରାଜା ରଘୁବଂଶୀଙ୍କୁ ଆଣି ସିଲଂରେ ହତ୍ୟା କରିଥିଲେ।

Advertisement

ହତ୍ୟାର ୧୭ ଦିନ ପରେ, ଜୁନ୯ ତାରିଖ ରବିବାର-ସୋମବାର ରାତିରେ, ସୋନମ ଉତ୍ତରପ୍ରଦେଶର ଗାଜିପୁରରେ ପହଞ୍ଚି ଜଣେ ଢାବା ମାଲିକଙ୍କ ଫୋନରୁ ଇନ୍ଦୋରରେ ତାଙ୍କ ପରିବାର ସଦସ୍ୟଙ୍କ ସହିତ ଯୋଗାଯୋଗ କରିଥିଲେ।
ଇନ୍ଦୋର ପୁଲିସ ଯେତେବେଳେ ଜାଣିବାକୁ ପାଇଲା ଯେ ସୋନମ ଗାଜିପୁରରେ ଅଛନ୍ତି ନନ୍ଦଗଞ୍ଜ ଥାନାକୁ ଯୋଗାଯୋଗ କରିଥିଲା। ଏହାପରେ ପୁଲିସ କାଶୀ ଢାବାରେ ସୋନମଙ୍କୁ ଅଟକ ରଖିଥିଲା।

ସମ୍ପ୍ରତି ସୋନମଙ୍କ ଏକ ନୂତନ ବୟାନ ସାମ୍ନାକୁ ଆସିଛି। ଅଟକ ରହିବା ପରେ ସୋନମ ଗାଜିପୁର ପୁଲିସକୁ କହିଥିଲେ, ‘ମୁଁ ମୋ ସ୍ୱାମୀଙ୍କୁ ହତ୍ୟା କରିନାହିଁ। ପ୍ରେମିକ ରାଜ କୁଶୱାହା, ଆକାଶ ରାଜପୁତ, ବିଶାଲ ସିଂହ ଚୌହାନ ଏବଂ ଆନନ୍ଦ କୁର୍ମି ମୋ ସ୍ବାମୀ ରାଜାଙ୍କୁ ତାଙ୍କ ଅଳଙ୍କାର ପାଇଁ ହତ୍ୟା କରିଛନ୍ତି। ସ୍ବାମୀଙ୍କ ହତ୍ୟା ଘଟଣାରେ ମୋର କୌଣସି ପ୍ରକାର ସମ୍ପୃକ୍ତି ନାହିଁ।’

Advertisement

Leave a Reply

Your email address will not be published. Required fields are marked *