ବାଣିଜ୍ୟ

ହୁଣ୍ଡାଇ କ୍ରେଟା ଏପ୍ରିଲ୍‌ର ସର୍ବାଧିକ ବିକ୍ରି ମଡେଲ୍‌

Advertisement

ଲଗାତାର ଦ୍ବିତୀୟ ମାସ ଲାଗି ଏପ୍ରିଲ୍‌ରେ ‌ହୁଣ୍ଡାଇ କ୍ରେଟା ଭାରତର ସର୍ବାଧିକ ବିକ୍ରି ହୋଇଥିବା ମଡେଲ୍‌ ଭାବେ ଉଭା ହୋଇଛି ବୋଲି ହୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ଘୋଷଣା କରାଯାଇଛି। ଏପ୍ରିଲ୍‌ରେ ୧୭,୦୧୬ ‌କ୍ରେଟା ବିକ୍ରି ହୋଇଥିଲା ଯାହା ୨୦୨୪ ଏପ୍ରିଲ୍‌ର ବିକ୍ରି ତୁଳନାରେ ୧୦.୨ ପ୍ରତିଶତ ଅଧିକ। ଚଳିତ ବର୍ଷ ଏପ୍ରିଲ୍‌ ସୁଦ୍ଧା ୬୯,୯୧୪ କ୍ରେଟା ବିକ୍ରି ହୋଇଛି।

କମ୍ପାନିର ଘରୋଇ ବିକ୍ରିରେ କ୍ରେଟାର ଭାଗ ୭୦.୯ ପ୍ରତିଶତ ଭଳି ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ରହିଛି। କ୍ରେଟା ଇଲେକ୍ଟ୍ରିକ୍‌ର ଉନ୍ମୋଚନ କ୍ରେଟା ବ୍ରାଣ୍ଡ୍‌କୁ ଆହୁରି ସୁଦୃଢ଼ କରିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ହୁଣ୍ଡାଇ ମୋଟର ଇଣ୍ଡିଆର ସିଓଓ ତରୁଣ ଗର୍ଗ କହିଛନ୍ତି ଯେ ଭାରତୀୟ ବଜାରରେ ହୁଣ୍ଡାଇ କ୍ରେଟାର ଜାରି ରହିଥିବା ଆଧିପତ୍ୟ ବ୍ରାଣ୍ଡ୍‌ ଉପରେ ଗ୍ରାହକଙ୍କ ଭଲ ପାଇବା ଓ ବିଶ୍ବାସର ପ୍ରତିଫଳନ। ସବୁ ବର୍ଗର କାର୍‌ ମଧ୍ୟରେ ଲଗାତାର ଭାବେ ଦ୍ବିତୀୟ ମାସ ପାଇଁ ସର୍ବାଧିକ ବିକ୍ରି ହୋଇଥିବା ମଡେଲ୍‌ରେ ପରିଣତ ହେବା କମ୍ପାନି ପାଇଁ ଗର୍ବର ବିଷୟ। ଇଲେକ୍ଟ୍ରିକ୍ ମଡେଲ୍‌ କ୍ରେଟା ବ୍ରାଣ୍ଡ୍‌କୁ ଆହୁରି ସୁଦୃଢ଼ କରିବ ବୋଲି ସେ କହିଛନ୍ତି।

Advertisement
Advertisement

Leave a Reply

Your email address will not be published. Required fields are marked *