ଅପରାଧ ଓଡ଼ିଶା

ଓଡ଼ିଶାରେ ୩ ନୂଆ ଅପରାଧିକ ଆଇନର କାର୍ଯ୍ୟକାରିତାକୁ ନେଇ ସମୀକ୍ଷା

Advertisement

ଭୁବନେଶ୍ବର: କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ରାଜ୍ୟରେ ତିନୋଟି ନୂଆ ଅପରାଧିକ ଆଇନର କାର୍ଯ୍ୟକାରିତାକୁ ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ପୁଲିସ, କାରାଗାର, ଅଦାଲତ, ଦଣ୍ଡବିଧାନ ଏବଂ ଫରେନ୍ସିକ୍ ସମ୍ବନ୍ଧୀୟ ବିଭିନ୍ନ ନୂତନ ବ୍ୟବସ୍ଥାର କାର୍ଯ୍ୟକାରିତା ଏବଂ ବର୍ତ୍ତମାନର ସ୍ଥିତି ସମୀକ୍ଷା କରାଯାଇଥିଲା। ବୈଠକରେ କେନ୍ଦ୍ର ଗୃହ ସଚିବ, ଓଡ଼ିଶାର ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ, ପୁଲିସ ଗବେଷଣା ଓ ବିକାଶ ବ୍ୟୁରୋର ମହାନିର୍ଦ୍ଦେଶକ, ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ନିର୍ଦ୍ଦେଶକଙ୍କ ସମେତ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ବୈଠକରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଏବଂ ସମବାୟ ମନ୍ତ୍ରୀ କହିଥିଲେ ଯେ ଓଡ଼ିଶା ସରକାର ଆଗାମୀ ଛଅ ମାସ ମଧ୍ୟରେ ପ୍ରଶାସନର ସମସ୍ତ ସ୍ତରରେ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତାକୁ ପ୍ରାଥମିକତା ଦେବା ଉଚିତ।

Advertisement

ଓଡ଼ିଶାର ବିକାଶ ପାଇଁ ଆଗାମୀ ଦଶନ୍ଧି ଗୁରୁତ୍ୱପୂର୍ଣ୍ଣ। ଭବିଷ୍ୟତରେ ରାଜ୍ୟର ଶିଳ୍ପ ଏବଂ ବୈଷୟିକ ବିକାଶକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ସୁଦୃଢ଼ କରିବାରେ ନୂତନ ଅପରାଧିକ ଆଇନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

-ଅମିତ ଶାହ, କେନ୍ଦ୍ର ଗୃହମନ୍ତ୍ରୀ

ଶ୍ରୀ ଶାହ କହିଥିଲେ, ଓଡ଼ିଶାର ବିକାଶ ପାଇଁ ଆଗାମୀ ଦଶନ୍ଧି ଗୁରୁତ୍ୱପୂର୍ଣ୍ଣ। ଭବିଷ୍ୟତରେ ରାଜ୍ୟର ଶିଳ୍ପ ଏବଂ ବୈଷୟିକ ବିକାଶକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ସୁଦୃଢ଼ କରିବାରେ ନୂତନ ଅପରାଧିକ ଆଇନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ, ରାଜ୍ୟ ଗୃହ ସଚିବ ସ୍ତରରେ ସପ୍ତାହକୁ ଗୋଟିଏ ଥର ଏବଂ ମୁଖ୍ୟ ସଚିବ ଓ ପୁଲିସ ମହାନିର୍ଦ୍ଦେଶକ ସ୍ତରରେ ପ୍ରତ୍ୟେକ ୧୫ ଦିନ ଏବଂ ମୁଖ୍ୟମନ୍ତ୍ରୀ ମାସରେ ଗୋଟିଏ ଥର ରାଜ୍ୟରେ ନୂଆ ଅପରାଧିକ ଆଇନର କାର୍ଯ୍ୟକାରିତାକୁ ସମୀକ୍ଷା କରିବା ଆବଶ୍ୟକ। ରାଜ୍ୟରେ ଏହି ଆଇନଗୁଡ଼ିକର କାର୍ଯ୍ୟକାରିତା ପାଇଁ ଏକ ସମୟସୀମା ସ୍ଥିର କରିବା ଆବଶ୍ୟକ ବୋଲି ଶ୍ରୀ ଶାହ ପରାମର୍ଶ ଦେଇଥିଲେ।

Advertisement

Leave a Reply

Your email address will not be published. Required fields are marked *