କ୍ରିଡା

ଲକ୍ଷ୍ମଣଙ୍କୁ ଭେଟିଲେ ପଙ୍କଜ

Advertisement

ଭୁବନେଶ୍ବର: ପୂର୍ବତନ ଭାରତୀୟ କ୍ରିକେଟର୍‌ ତଥା ଜାତୀୟ କ୍ରିକେଟ୍ ଏକାଡେମି (ଏନ୍‌ସିଏ) ଓ ବିସିସିଆଇ ଉତ୍କର୍ଷ କେନ୍ଦ୍ରର ନିର୍ଦ୍ଦେଶକ ଭିଭିଏସ୍ ଲକ୍ଷ୍ମଣଙ୍କୁ ସୋମବାର‌ ଭେଟିଛନ୍ତି ଓଡ଼ିଶା କ୍ରିକେଟ୍‌ ସଂଘର ସଭାପତି ପଙ୍କଜ ଲୋଚନ ମହାନ୍ତି। ବେଙ୍ଗାଲୁରୁସ୍ଥିତ ଏନ୍‌ସିଏରେ ଲକ୍ଷ୍ମଣଙ୍କୁ ଭେଟି ଶ୍ରୀ ମହାନ୍ତି ଓଡ଼ିଶାରେ ତୃଣମୂଳସ୍ତରରୁ କ୍ରିକେଟ୍‌ ବିକାଶ ପାଇଁ ପରାମର୍ଶ ନେଇଛନ୍ତି। ଏମ୍‌ଜିଏମ୍ ସ୍କୁଲ୍ ଅଫ୍ ସ୍ପୋର୍ଟସର ବିଶ୍ବସ୍ତରୀୟ ଭିତ୍ତିଭୂମି ଓ ତାଲିମ ବ୍ୟବସ୍ଥା ସମ୍ପର୍କରେ ଲକ୍ଷ୍ମଣଙ୍କୁ ଅବଗତ କରିବା ପରେ ସେ ଭବିଷ୍ୟତରେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁ୍ତି ଦେଇଥିବା ଜଣାପଡ଼ିଛି।

ଶ୍ରୀ ମହାନ୍ତିଙ୍କ ନେତୃତ୍ବରେ ପରିଚାଳିତ ଏମ୍‌ଜିଏମ୍ ସ୍କୁଲ୍ ଅଫ୍ ସ୍ପୋର୍ଟସ‌୍‌ରେ ଆବାସିକ ଏକାଡେମି ଉପଲବ୍‌ଧ ଥିବା ଜାଣି ଲକ୍ଷ୍ମଣ ଉଚ୍ଚ ପ୍ରଶଂସା କରିଛନ୍ତି। ଏହି ଏକାଡେମିରୁ ଭବିଷ୍ୟତରେ ଓଡ଼ିଶା ତଥା ଦେଶ ପାଇଁ ପରବର୍ତ୍ତୀ ପିଢ଼ିର କ୍ରିକେଟର୍ ବାହାରିବେ ବୋଲି ଶ୍ରୀ ମହାନ୍ତି ଆଶା ପ୍ରକଟ କରିଛନ୍ତି। ଏହି ଅବସରରେ ଏନ୍‌ସିଏରେ ମଧ୍ୟ ବିସ୍ମୟ ବାଳକ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ‌ ଭେଟି ଶୁଭକାମନା ଜଣାଇଥିଲେ ଶ୍ରୀ ମହାନ୍ତି।

Advertisement
Advertisement

Leave a Reply

Your email address will not be published. Required fields are marked *