ଅପରାଧ ବାଣିଜ୍ୟ

‘ଫୋନ୍‍ ପେ’ରେ ଅନଲାଇନ ଠକେଇ: ପ୍ରଥମେ କ’ଣ କରିବେ

Advertisement

ବର୍ତ୍ତମାନ ସମୟରେ କିଛି ସେକେଣ୍ଡରେ ହିଁ ଅପାଣଙ୍କ ପଇସା ଆକାଉଣ୍ଟରୁ ଗାଏବ ହୋଇଯାଉଛି  । ଅନଲାଇନ ଠକେଇର ଶିକାର ପ୍ରାୟତଃ ସମସ୍ତେ ଫଶୁଥିବା  ଜଣାପଡୁଛି । ଯଦି ଆପଣ ଅନଲାଇନ ଠକେଇର ଶିକାର ହେଉଛନ୍ତି ତେବେ ପ୍ରଥମେ କଣ କରିବେ, ଏବଂ କେଉଁଠି ଅଭିଯୋଗ କରିବେ ଜାଣିଛନ୍ତି କି । ଚାଲନ୍ତୁ  ଜାଣିବା ।

ଅନଲାଇନ ଠକେଇ ହେବ ଏବେ ସାଧାରଣ ହୋଇଗଲାଣି ।  ଯଦି ଆପଣଙ୍କ ସହିତ ଠକେଇ ହେଉଛି ତେବେ ତିନୋଟି ସ୍ଥାନରେ ଅଭିଯୋଗ କରିପାରିବେ । ପ୍ରଥମତଃ ଆପଣଙ୍କର ଯେଉଁ ବ୍ୟାଙ୍କରୁ ପଇସା କଟିଛି ସେଠାରେ ଯାଇ ଅଭିଯୋଗ କରନ୍ତୁ । ଦ୍ୱିତୀୟରେ ଯେଉଁ ଆପ୍ଲିକେସନରେ ଟଙ୍କା କଟିଛି ସେଠାରେ କରିବେ ଏବଂ ତୃତୀୟରେ ୧୯୩୦ କିମ୍ବା ନିକଟସ୍ଥ ପୁଲିସ ଥାନାରେ ଯାଇ ଅଭିଯୋଗ କରିପାରିବେ ।

Advertisement

ଫୋନ୍‍ ପେ ପ୍ରଥମେ ଗ୍ରାହକଙ୍କ ସୁରକ୍ଷାକୁ ବେଶ ଗୁରୁତ୍ୱ ଦେଇଆସିଛି । ଅନଲାଇନ ଠକେଇ ରୋକିବା ପାଇଁ ଫୋନ୍‍ ପେ ବ୍ୟାଙ୍କ ଓ ସାଇବର ସେଲ୍‍ ସହିତ ଯୋଗାଯୋଗରେ ରହିଥାନ୍ତି । ଦେଶର ପ୍ରଥମ ସାଇବର ପୋର୍ଟାଲ ମଧ୍ୟ କରିଛି ଫୋନ୍‍ ପେ । ୨୪ଘଣ୍ଟିଆ ସୁବିଧା ଯୋଗାଇ ଦେବାକୁ ଏହା ଖୋଲା ଯାଇଛି । ଯଦି କୌଣସି ଅନଲାଇନ୍‍ ଠକେଇ ହେଉଛି ତେବେ କିଛି ମିିନିଟରେ ହିଁ ଏହା ସମସ୍ତ ତଥ୍ୟ ଦେଇପାରିବ । ଯେତେବେଳେ କୌଣସି ଗ୍ରାହକଙ୍କ ପକ୍ଷରୁ ଠକେଇ ନେଇ ଅଭିଯୋଗ ଆସିଥାଏ, ତେବେ ପ୍ରଥମେ କେଉଁ ପ୍ରକାର ନେଣଦେଣ ହୋଇଛି, କେଉଁଠିକୁ ହୋଇଛି ତାହାର ଯାଞ୍ଚ କରାଯାଏ । ଯେଉଁଠାରେ ରୋକାଯାଇ ପାରିବ ଫୋନ୍‍ ପେ ତାହାକୁ ଅଟକାଇବା ସହ ଗ୍ରାହକଙ୍କୁ ସଠିକ୍‍ ପରାମର୍ଶ ଦେଇଥାଏ ।

Advertisement

Leave a Reply

Your email address will not be published. Required fields are marked *