ମନୋରଞ୍ଜନ

ପ୍ରେମାନନ୍ଦ ମହାରାଜଙ୍କୁ କିଡନୀ ଦେବାକୁ ‌କହି ଟ୍ରୋଲ ହେଲେ ରାଜ୍ କୁନ୍ଦ୍ରା

Advertisement

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଦମ୍ପତି ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ନିକଟରେ ବୃନ୍ଦାବନ ଗସ୍ତ କରିଥିଲେ। ସେଠାରେ ସେମାନେ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କୁ ଭେଟି ତାଙ୍କ ଆଶୀର୍ବାଦ ନେଇଥିଲେ। ଏହି ସମୟରେ ରାଜ୍, ମହାରାଜଜୀଙ୍କୁ ତାଙ୍କର ଏକ କିଡନୀ ଦାନ କରିବା ବିଷୟରେ ମଧ୍ୟ କହିଥିଲେ। ଏହା ପରେ ରାଜ୍‌ଙ୍କୁ ତାଙ୍କର ଏଭଳି ପ୍ରସ୍ତାବ ପାଇଁ ସୋସିଆଲ ମିଡିଆରେ ବହୁତ ଟ୍ରୋଲ କରାଯାଇଥିଲା। ଟ୍ରୋଲିଂର ଶିକାର ହେବା ପରେ ଏବେ ନିଜର ନୀରବତା ଭାଙ୍ଗି ଉଚିତ ଜବାବ ଦେଇଛନ୍ତି ରାଜ୍।

ରାଜ କୁନ୍ଦ୍ରା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଟ୍ରୋଲର୍ସଙ୍କୁ ଜବାବ ଦେବା ପାଇଁ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟରେ ରାଜ୍ ଲେଖିଛନ୍ତି, ‘ଆମେ କି ଅଜବ ଦୁନିଆରେ ରହୁଛୁ। ଏ‌ଠାରେ ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ଶରୀରର ଏକ ଅଂଶ ଦେବାକୁ ଚାହିଁଲେ, ଲୋକମାନେ ଏହାକୁ ପିଆର ଷ୍ଟଣ୍ଟ ବୋଲି କହୁଛନ୍ତି। ଯଦି ମାନବିକତା ଏକ ରଣନୀତି, ତେବେ ମୁଁ ଚାହେଁ ଯେ ସମସ୍ତେ ଏଭଳି ରଣନୀତି କରନ୍ତୁ। ଆଲୋଚନା କମ୍ କରି ଅଧିକ ଭଲପାଇବା ବାଣ୍ଟନ୍ତୁ। ରାଧେ ରାଧେ।’

Advertisement

ଉ‌ଲ୍ଲେଖଯୋଗ୍ୟ, ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମରେ ପହଞ୍ଚିବା ପରେ, ରାଜ କୁନ୍ଦ୍ରା କହିଥିଲେ, “ମୁଁ ଦୁଇ ବର୍ଷ ଧରି ଆପଣଙ୍କୁ ଅନୁସରଣ କରିଆସୁଛି। ଆପଣ ସମସ୍ତଙ୍କ ପାଇଁ ପ୍ରେରଣା। ମୁଁ ଆପଣଙ୍କ ଯନ୍ତ୍ରଣା ଜାଣେ। ଯଦି ମୁଁ ଆପଣଙ୍କୁୁ ସାହାଯ୍ୟ କରିପାରିବି, ତେବେ ମୁଁ ମୋର ଗୋଟିଏ କିଡନୀ ଆପଣଙ୍କୁ ଦାନ କରିବି।”

Advertisement

Leave a Reply

Your email address will not be published. Required fields are marked *