ଅପରାଧ ଓଡ଼ିଶା

ଦେଓଗାଁରେ ଯୁବତୀଙ୍କୁ ଦୁଷ୍କର୍ମ ନେଇ ଥାନାରେ ଅଭିଯୋଗ

Advertisement

ଦେଓଗାଁ: ପ୍ରେମିକାର ଭିଡ଼ିଓ ଭାଇରାଲ କଲା ପ୍ରେମିକ। ଅଶ୍ଳୀଳ ଭିଡ଼ିଓ ଉତ୍ତୋଳନ କରି କଲା ଭାଇରାଲ। ଭାଇରାଲ ଭିଡିଓ ଘୁରି ବୁଲୁଛି ମୋବାଇଲରୁ ମୋବାଇଲ୍। ବଳପୂର୍ବକ ଦୁଷ୍କର୍ମ କରିବା ପରେ ଭିଡ଼ିଓ କରି କରିଛନ୍ତି ଭାଇରାଲ। ଭିଡ଼ିଓକୁ ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯୁବତୀଙ୍କ ବାପା। ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି | ବଲାଙ୍ଗିରର ଦେଓଗାଁ ବ୍ଲକରୁ ଏବେ ଏମିତି ଏକ ଅଭିଯୋଗ ସାମ୍ନାକୁ ଆସିଛି | ମିଳିଥିବା ସୂଚନା ମୁତାବକ ଜଣେ ଯୁବତୀଙ୍କୁ ବଳପୂର୍ବକ ଏକ ନିଛାଟିଆ ସ୍ଥାନକୁ ଟେକିନେଇ ଯୁବକ ଜଣକ ଦୁଷ୍କର୍ମ କରୁଛି।

ଏପରି କି ଭାଇରାଲ ଭିଡିଓରେ ଝିଅଟି ବାରଣ କରୁଥିଲେ ବି ଯୁବକ ଜଣକ ଶାରୀରିକ ନିର୍ଯାତନା ଦେବା ପରେ ଭିଡ଼ିଓ ଉତ୍ତୋଳନ କରିଛି। ଏହି ଯୁବକଙ୍କ ନାମ ଆକାଶ ବିଶ୍ୱାଳ ହୋଇଥିବାବେଳେ ଏବେ ଏହି ଭିଡ଼ିଓଗୁଡ଼ିକୁ ଇନଷ୍ଟାଗ୍ରାମରେ ଅପଲୋଡ଼ କରି ଭାଇରାଲ କରିଛି ନାରୀ ଲୋଭି ପିଚାସ । ତେବେ ଆଜି ଅପରାହ୍ନରେ ଝିଅର ବାପା ଥାନାକୁ ଆସି ଲିଖିତ ଅଭିଯୋଗ କରିଛନ୍ତି |

Advertisement

ତେବେ ବଡ କଥା ଯେ ଭିଡ଼ିଓ ଭାଇରାଲ କରିଥିବା ଏହି ଯୁବକ ଜଣକ ପୂର୍ବରୁ ମଧ୍ୟ କଳାହାଣ୍ଡି ଜିଲ୍ଲାରେ ଜଣେ ନାବାଳିକା କୁ ଅସଦାଚରଣ କରି ଜେଲ ଯାଇଥିଲେ। ଏବେ ବେଲରେ ଆସି ଘରେ ରହିଥିବାବେଳେ ପୁଣି ଆଉ ଜଣେ ଯୁବତୀଙ୍କ ସହ ସମ୍ପର୍କ ରଖି ଭିଡ଼ିଓ ଭାଇରାଲ କରିଥିବା ଜଣାପଡିଛି। ତେବେ ଏହାକୁ ନେଇ ଦେଓଗାଁ ଅଞ୍ଚଳରେ ଚର୍ଚ୍ଚା ଲାଗିରହିଛି। ଏନେଇ ଅଭିଯୋଗ ପାଇବା ପରେ ପୁଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।

Advertisement

Leave a Reply

Your email address will not be published. Required fields are marked *