ଅପରାଧ ମନୋରଞ୍ଜନ

କ୍ରମାଗତ ଭାବେ ଆସୁଛି ହତ୍ୟା ଧମକ; ସୁରକ୍ଷା ହେତୁ ବନ୍ଧୁକ ରଖିବାର ମିଳୁନାହିଁ ଅନୁମତି: ଅରମାନ ମଲିକ

Advertisement

ମୁମ୍ବାଇ: ଦୁଇଥର ବିବାହ ଓ ଦୁଇଜଣ ସ୍ତ୍ରୀଙ୍କୁ ଏକାଠି ପାଖରେ ରଖିଥିବା ୟୁଟ୍ୟୁବର ତଥା ବିଗବସ ଓଟିଟି୩ର ଫେମ ଅରମାନ ମଲିକ କିଛିଦିନ ହେବ ଅସୁବିଧାର ସାମ୍ନା କରୁଛନ୍ତି। ଏଇକିଛିଦିନ ହେବ ଅରମାନଙ୍କ ପାଖକୁ ଫୋନ ମାଧ୍ୟମରେ ବିଭିନ୍ନ ପ୍ରକାର ଧମକ ଆସୁଥିବା ୟୁଟ୍ୟୁବର ଅଭିଯୋଗ କରି କହିଛନ୍ତି।

ସୋସିଆଲ ମିଡିଆରେ କିଛିଦିନ ହେବ ଅରମାନ ଓ କୃତିକାଙ୍କ ଏକ ଭିଡିଓ ଘୁରି ବୁଲୁଛି। ଏହି ଭିଡିଓରେ ଅରମାନ କହିଛନ୍ତି, ‘ମୁଁ ଗତ ୫ବର୍ଷ ହେବ ପଞ୍ଜାବର ଜିରକପୁରରେ ବସବାସ କରି ଆସୁଛି। କିଛିଦିନ ହେବ ମୋତେ ଓ ମୋ ପରିବାରକୁ ହତ୍ୟା କରିବା ପାଇଁ ଧମକ ମିଳୁଛି। ଏନେଇ ମୁଁ ଥାନାରେ ଏକ ମାମଲା ବି ରୁଜୁ କରିଛୁ। କିନ୍ତୁ ଏଯାବତ ମୋ ସମସ୍ୟାର କୌଣସି ପ୍ରକାରର ସମାଧାନ ହୋଇ ପାରିନାହିଁ।

ନିଜର ତଥା ପରିବାରର ସୁରକ୍ଷା ପାଇଁ ଅନେକ ଦିନ ହେବ ବନ୍ଧୁକ ରଖିବା ପାଇଁ ଅନୁମତି ମାଗି ଆସୁଛି। କିନ୍ତୁ ଏହି ଆବେଦନକୁ ମୋର ଖାରଜ କରି ଦିଆଯାଇ ଆସୁଛି। ପ୍ରଶାସନ କହୁଛି ମୋ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ରହିଛି। ଯାହାକି କୋର୍ଟରେ ବିଚାରଧୀନ ଅଛି। ତେଣୁ ବନ୍ଧୁକ ରଖିବା ପାଇଁ ଅନୁମତି ପ୍ରଦାନ କରାଯାଇ ପାରୁନାହିଁ।
ମୁଁ ସୋସିଆଲ ମିଡିଆରେ ସକ୍ରିୟ ଅଛି। ଭଲଭଲ ପାରିବାରିକ ଘଟଣାକୁ ମୁଁ ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ ଚେଷ୍ଟା କରିଥାଏ। କିନ୍ତୁ ମୋତେ କହିବାକୁ ଖରାପ ଲାଗୁଛି କି କିଛିଦିନ ହେବ ମୋ ପାଖକୁ କ୍ରମାଗତ ଭାବେ ହତ୍ୟା ଧମକ ଆସୁଛି।’

Advertisement
Advertisement

Leave a Reply

Your email address will not be published. Required fields are marked *