ଅନ୍ତର୍ଜାତୀୟ

ଶୀତକୁ ଅସ୍ତ୍ର କଲା ରୁଷ୍: ୟୁକ୍ରେନର ବିଦ୍ୟୁତ୍ ପ୍ଲାଣ୍ଟ ଉପରେ ଆକ୍ରମଣ

Advertisement

କିବ୍: ୯୦ଟି କ୍ଷେପଣାସ୍ତ୍ର ଓ ୧୦୦ଟି ଡ୍ରୋନ୍ ସହ ରୁଷ୍ ୟୁକ୍ରେନର ଶକ୍ତି ଭିତ୍ତିଭୂମି ଉପରେ ଗୁରୁବାର ରାତିସାରା ଆକ୍ରମଣ କରିଥିଲା। ଫଳରେ ପ୍ରବଳ ଶୀତ ସମୟରେ ଏବେ ୧୦ ଲକ୍ଷରୁ ଅଧିକ ଲୋକ ବିଜୁଳି ଅଭାବରୁ ବିନା ହିଟରରେ ଓ ଅନ୍ଧାରରେ ରହୁଛନ୍ତି। ଚଳିତ ବର୍ଷ ୟୁକ୍ରେନର ଶକ୍ତି ଭିତ୍ତିଭୂମି ଉପରେ ରୁଷ୍‌ର ଏହା ହେଉଛି ଏକାଦଶ ବଡ଼ ଆକ୍ରମଣ, ଯାହା ଫଳରେ ଦେଶବ୍ୟାପୀ ଅନ୍ଧାର ଛାଇଯାଇଛି। ୟୁକ୍ରେନ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ମୁଖ୍ୟ ଆଣ୍ଡ୍ରି ୟେରମାକ ଏକ ଟେଲିଗ୍ରାମ ପୋଷ୍ଟରେ ଲେଖିଛନ୍ତି, ୟୁକ୍ରେନ ବିରୋଧରେ ରୁଷ୍ ପ୍ରବଳ ଶୀତକୁ ଅସ୍ତ୍ର କରିଛି। ଉତ୍ତର କୋରିଆ ସମେତ ପାଗଳ ସହଯୋଗୀମାନେ ଏଥିରେ ସେମାନଙ୍କୁ ସାହାଯ୍ୟ କରୁଛନ୍ତି।

ଅନ୍ଧାରରେ ଲକ୍ଷ ଲକ୍ଷ ଲୋକ/ହାଇପର୍‌ସୋନିକ କ୍ଷେପଣାସ୍ତ୍ର ପ୍ରୟୋଗ ଧମକ

Advertisement

ରୁଷ୍ ଆକ୍ରମଣରେ କେନ୍ଦ୍ରୀୟ ଭିନିସିଆରେ ଜଣେ, ଓଡେସାରେ ୨ ଜଣ ଓ କିବ୍‌ରେ ୨ ଜଣ ଆହତ ହୋଇଛନ୍ତି। ୯ ଘଣ୍ଟା ଧରି ଏୟାର ଷ୍ଟ୍ରାଇକ୍ ଆଲର୍ଟ ଜାରି ରହିଥିବାରୁ ବାସିନ୍ଦାମାନେ ମେଟ୍ରୋ ଷ୍ଟେସନରେ ଆଶ୍ରୟ ନେଇଥିଲେ। ପ୍ରାୟ ୨,୧୫,୦୦୦ ପରିବାର ଅସ୍ଥାୟୀ ଭାବେ ବିଜୁଳିବିହୀନ ଥିଲେ। ବ୍ରିଟେନ ଓ ଆମେରିକା ଯୋଗାଉଥିବା ଅସ୍ତ୍ରଶସ୍ତ୍ର ଦ୍ବାରା ୟୁକ୍ରେନର ଆକ୍ରମଣର ଏହା ଜବାବ ବୋଲି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି। ରୁଷ୍‌ର ଅସ୍ତ୍ରଶସ୍ତ୍ର ସାମର୍ଥ୍ୟ ବିଷୟରେ ପୁଟିନ୍ କହିଛନ୍ତି ଯେ ଆମ ପାଖରେ ଥିବା କାଲିବର ସିଷ୍ଟମ, କିନଝାଲ୍ ଓ ସିର୍କୋନ୍ ହାଇପରସୋନିକ କ୍ଷେପଣାସ୍ତ୍ର ପ୍ରଣାଳୀ ବିଷୟରେ କେହି ଭୁଲିବା ଉଚିତ ନୁହେଁ, ଯାହାର ବୈଶିଷ୍ଟ୍ୟ ଦୃଷ୍ଟିରୁ ବିଶ୍ୱରେ କୌଣସି ସମାନତା ନାହିଁ। ସେଗୁଡ଼ିକର ଉତ୍ପାଦନ ଜୋରସୋରରେ ବୃଦ୍ଧି କରାଯାଉଛି। ଅପରପକ୍ଷେ ୟୁକ୍ରେନ ଯୁଦ୍ଧାସ୍ତ୍ର ପାଇଁ ଅନ୍ୟ ଦେଶକୁ ଭିକ ମାଗୁଛି। ପୁଟିନ ଘୋଷଣା କରିଛନ୍ତି ଯେ ଯେଉଁ ଦେଶ ସେମାନଙ୍କ ଅସ୍ତ୍ରଶସ୍ତ୍ରକୁ ରୁଷ୍ ବିରୋଧରେ ବ୍ୟବହାର କରିବାକୁ ଅନୁମତି ଦେବ ସେ ଦେଶର ସାମରିକ ଟାର୍ଗେଟ ଉପରେ ଆକ୍ରମଣ କରିବାର ଅଧିକାର ରୁଷ୍‌ର ଅଛି।

Advertisement

Leave a Reply

Your email address will not be published. Required fields are marked *