ଜାତୀୟ ରାଜନୀତି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅରବିନ୍ଦ କେଜ୍ରିଓ୍ବାଲ୍

Advertisement

ନୂଆଦିଲ୍ଲୀ: ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ମଙ୍ଗଳବାର ଅପରାହ୍ଣରେ ସେ ଦିଲ୍ଲୀର ଉପରାଜ୍ୟପାଳ ଭି.କେ.ସାକ୍ସେନାଙ୍କ ବାସଭବନରେ ପହଞ୍ଚି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଉପରାଜ୍ୟପାଳଙ୍କୁ ନିଜର ଇସ୍ତଫାପତ୍ର ଦେବା ସହ ଆପ ନେତ୍ରୀ ଅତିସୀ ମାର୍ଲେନାଙ୍କୁ ବିଧାୟକଙ୍କ ସମର୍ଥନ ସଂପର୍କିତ ପତ୍ର ବି କେଜ୍ରିଓ୍ବାଲ ପ୍ରଦାନ କରିଛନ୍ତି । ବିଧାୟକ ଦଳ ବୈଠକରେ ଅତିସୀଙ୍କୁ ନେତା ଚୟନ କରାଯିବା ସଂପର୍କରେ ସେ ଉପରାଜ୍ୟପାଳଙ୍କୁ ଅବଗତ କରାଇଛନ୍ତି । ଏହାପରେ ଅତିସୀ ମାର୍ଲେନା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି ଉପସ୍ଥାପନ କରିଛନ୍ତି । 

ଏ ସମ୍ପର୍କରେ ଆପ୍ ନେତା ଗୋପାଳ ରାୟ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ତାଙ୍କ ଇସ୍ତଫା ଉପରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି। ଏହା ସହିତ ନୂଆ ନେତାଙ୍କୁ ନେଇ ଦଳର ନିଷ୍ପତ୍ତି ସମ୍ପର୍କରେ ଆମେ ଉପରାଜ୍ୟପାଳଙ୍କୁ ଅବଗତ କରିଛୁ। ଯଥାଶୀଘ୍ର ଶପଥ ସମାରୋହ ଆୟୋଜନ କରିବାକୁ ଏଲଜିଙ୍କୁ ଅନୁରୋଧ କରାଯାଇଛି ।

Advertisement

 ଆପ୍ ନେତା ଗୋପାଳ ରାୟ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ତାଙ୍କ ଇସ୍ତଫା ଉପରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି। ଏହା ସହିତ ନୂଆ ନେତାଙ୍କୁ ନେଇ ଦଳର ନିଷ୍ପତ୍ତି ସମ୍ପର୍କରେ ଆମେ ଉପରାଜ୍ୟପାଳଙ୍କୁ ଅବଗତ କରିଛୁ। ଯଥାଶୀଘ୍ର ଶପଥ ସମାରୋହ ଆୟୋଜନ କରିବାକୁ ଏଲଜିଙ୍କୁ ଅନୁରୋଧ କରାଯାଇଛି ।

କେଜ୍ରିଓ୍ବାଲଙ୍କ ଇସ୍ତଫା ସଂପର୍କରେ ଆପ୍ ନେତା ମନୀଷ ସିସୋଦିଆ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଷଡ଼ଯନ୍ତ୍ର କାରଣରୁ କେଜ୍ରିଓ୍ବାଲଙ୍କୁ ଇସ୍ତଫା ଦେବାକୁ ପଡ଼ିଛି । ଏହାକୁ ନେଇ ସାଧାରଣ ଜନତା ଦୁଃଖିତ ଅଛନ୍ତି । ସିସୋଦିଆ ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସାହସିକତାର ସହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ଜନଅଦାଲତକୁ ଯିବାକୁ ଘୋଷଣା କରିଛନ୍ତି। ନିର୍ବାଚନ ପର୍ଯ୍ୟନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ ଆଜି ଆତିଶୀଙ୍କୁ ଦିଆଯାଇଛି।

Advertisement

Leave a Reply

Your email address will not be published. Required fields are marked *