କ୍ରିଡା

ଦିନିକିଆରେ ଅଧିନାୟକ ହେବେ ଶୁଭମନ ଗିଲ୍; ଦାବି କଲେ ମହମ୍ମଦ କୈଫ୍

Advertisement

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ସ୍ଥାନରେ ଅଧିନାୟକ ଭାବରେ ଶୁଭମନ ଗିଲ୍ ସ୍ଥାନ ପାଇବା ନେଇ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ୍ ଦାବି କରିଛନ୍ତି । 

ଇଂଲଣ୍ଡ ଗସ୍ତ ସମୟରେ ମହମ୍ମଦ କୈଫ୍ ଗିଲଙ୍କ ଅଧିନାୟକତ୍ୱରେ ବହୁତ ପ୍ରଭାବିତ ହୋଇଥିଲେ। କୈଫ୍ କହିଛନ୍ତି ଯେ ଲର୍ଡସରେ ପ୍ରତିପକ୍ଷଙ୍କ ସହ ଝଗଡ଼ା ପରେ ଗିଲ ୫ମ ଟେଷ୍ଟରେ ବହୁତ ଶାନ୍ତ ଦେଖାଯାଉଥିଲେ, ବ୍ରୁକ୍ ଏବଂ ରୁଟ୍ ମଧ୍ୟରେ ଏକ ପାର୍ଟନରସିପ୍ ହୋଇଥିଲେ ମଧ୍ୟ ରାଗି ଯାଇ ନଥିଲେ।

Advertisement

ଇଂଲଣ୍ଡ ଗସ୍ତ ପୂର୍ବରୁ ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ, ଯାହା ପରେ ବିସିସିଆଇ ନୂତନ ଟେଷ୍ଟ ଅଧିନାୟକ ଭାବରେ ଶୁଭମନ ଗିଲଙ୍କ ନାମ ଘୋଷଣା କରିଥିଲା। ସେ ଅଧିନାୟକ ଭାବରେ ପ୍ରଥମ ଟେଷ୍ଟ ସିରିଜରେ ଅନେକ ରେକର୍ଡ କରିଛନ୍ତି।

କୈଫ୍ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି, “ଗିଲଙ୍କ ଅଧିନାୟକତ୍ୱ ଉପରେ ଅନେକ ପ୍ରଶ୍ନ ଉଠିଥିଲା, ମୋ ମତରେ ସେ ଏହି ବଡ଼ ସୁଯୋଗର ପୂର୍ଣ୍ଣ ଉପଯୋଗ କରିଥିଲେ। ଶୁଭମନ ଗିଲ ରୋହିତ ଶର୍ମାଙ୍କ ସ୍ଥାନରେ ଦିନିକିଆରେ ମଧ୍ୟ ଅଧିନାୟକ ହେବାକୁ ପ୍ରସ୍ତୁତ ଅଛନ୍ତି। 

ଟେଷ୍ଟ ପରେ ଗିଲଙ୍କୁ ଦିନିକିଆର ଅଧିନାୟକତ୍ୱ ମଧ୍ୟ ମିଳିବ। କାରଣ ଆମେ ଜାଣିନାହୁଁ ଯେ ରୋହିତ ଶର୍ମା କେତେ ଦିନ ପାଇଁ ଦିନିକିଆରେ ଅଧିନାୟକତ୍ୱ କରିବେ। ଯେତେବେଳେ ରୋହିତ ବିଦାୟ ନେବେ, ତାଙ୍କ ସ୍ଥାନରେ ଗିଲଙ୍କୁ ଅଧିନାୟକତ୍ୱ ଦିଆଯିବ।”

Advertisement

Leave a Reply

Your email address will not be published. Required fields are marked *