ଓଡ଼ିଶା ବାଣିଜ୍ୟ ରାଜନୀତି

୬ ଥାକିଆ ହେବ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ, ଖର୍ଚ୍ଚ ହେବ ୧୮ ଶହ କୋଟି: ମୁଖ୍ୟମନ୍ତ୍ରୀ

Advertisement

ଭୁବନେଶ୍ବର: ଏକାମ୍ର କ୍ଷେତ୍ରରୁ ଶ୍ରୀକ୍ଷେତ୍ରକୁ ସଂଯୋଗ କରୁଥିବା ୪ ଥାକିଆ ରାସ୍ତା ଆଗାମୀ ଦିନରେ ଆହୁରି ପ୍ରଶସ୍ତ ହେବ। ଏକ୍ସପ୍ରେସ୍‌ୱେ ଭଳି ଏହି ରାସ୍ତାର ନବୀକରଣ ହେବ। ଏଥି ନେଇ ଆଜି କେନ୍ଦ୍ର ସରକାରଙ୍କ ସହିତ ରାଜ୍ୟ ସରକାର ‌ଆଲୋଚନା କରିଛନ୍ତି। ଶ୍ରୀକ୍ଷେତ୍ରକୁ ପ୍ରତ୍ୟେକ ଦିନ ହଜାର ହଜାର ଶ୍ରଦ୍ଧାଳୁ ଆସୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥକୁ ୬ ଲେନ୍‌ ହେବା ଦ୍ବାରା ଗମନାଗମନକୁ ନୂଆ ରୂପ ମିଳିବ। କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏ ନେଇ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ୪ ଲେନ୍‌ ବିଶିଷ୍ଟ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ୬ ଥାକିଆ ହେବ। ରାସ୍ତାର ଦୁଇ ପାର୍ଶ୍ୱରେ ସର୍ଭିସ୍‌ ରୋଡ୍‌ ତିଆରି ହେବ। ଏହି ପ୍ରକଳ୍ପ ପାଇଁ ୧୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ।

Advertisement

ମୁଖ୍ୟମନ୍ତ୍ରୀ କହିଛନ୍ତି ବଡ଼ବିଲ-ଚଣ୍ଡିଖୋଲ ଜାତୀୟ ରାଜପଥ(ଏନ୍‌ଏଚ୍‌) ୮ ଥାକିଆ ହେବ। ଏହି ରାଜପଥର ପ୍ରାୟ ୨୦୦ କିମି ବିଶିଷ୍ଟ ୮ ଥାକିଆ ହେବା ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହିତ ଆଲୋଚନା ହୋଇଛି। ଏଥିସହ ୨ ଲେନ୍ ସର୍ଭିସ ରୋଡ୍ ମଧ୍ୟ ରହିବ। ବର୍ତ୍ତମାନ ଚଣ୍ଡିଖୋଲ-ପାରାଦୀପ ରାସ୍ତା ନିର୍ମାଣ ଚାଲିଛି। ଖୋର୍ଦ୍ଧା-ନୟାଗଡ଼ ଏନ୍‌ଏଚ୍ -୫୭ ହେବ ୪ ଲେନ। ୪ ଲେନ୍ ସହ ସର୍ଭିସ ରୋଡ୍ ମଧ୍ୟ ରହିବ। ଏଥିପାଇଁ ୧୧ ଶହ କୋଟି ଟଙ୍କା ଖର୍ଚ୍ଚ ହେବ। କେସିଙ୍ଗା-ଜୁନାଗଡ଼ ଏନ୍‌ଏଚ୍ -୨୬ ହେବ ୪ ଲେନ୍। କେସିଙ୍ଗା-ଜୁନାଗଡ଼ ୪ ଲେନ୍ ରାସ୍ତା ପାଇଁ ଖର୍ଚ୍ଚ ହେବ ୧ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ।

ସୂଚନାଯୋଗ୍ୟ, ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନୂଆଦିଲ୍ଲୀରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟିଥିଲେ। ରାଜ୍ୟରେ ୫୧ଟି ଜାତୀୟ ରାଜପଥ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ତାଙ୍କ ସହ ରାଜ୍ୟ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Advertisement

Leave a Reply

Your email address will not be published. Required fields are marked *