ଓଡ଼ିଶା ବାଣିଜ୍ୟ

ଷଷ୍ଠ ରାଜ୍ୟ ଅର୍ଥ ଆୟୋଗ ୱେବ୍‌ସାଇଟ୍‌ ଆରମ୍ଭ: ଅଂଶୀଦାରଙ୍କଠାରୁ ମତାମତ ଆହ୍ବାନ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆୟୋଗ

Advertisement

ଭୁବନେଶ୍ବର: ଷଷ୍ଠ ରାଜ୍ୟ ଅର୍ଥ ଆୟୋଗ ସୋମବାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଥିଲେ। ରାଜ୍ୟର ସ୍ଥାନୀୟ ନିକାୟ ସଂସ୍ଥାଗୁଡ଼ିକୁ ସଶକ୍ତ କରିବା ପାଇଁ ସେ ତାଙ୍କର ବହୁମୂଲ୍ୟ ପରାମର୍ଶ ଲୋଡ଼ିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ରାଜ୍ୟ ଅର୍ଥ କମିଶନ ୱେବସାଇଟ୍https://sfc.odisha.gov.in ଉନ୍ମୋଚନ କରିଛନ୍ତି। ଏହି ୱେବସାଇଟ୍ ନିର୍ବାଚିତ ପ୍ରତିନିଧି, ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ, ନଗର ନିଗମ, ପୌରପାଳିକା, ବିଜ୍ଞାପିତ ଅଞ୍ଚଳ ପରିଷଦ, ବୁଦ୍ଧିଜୀବୀ, ବିଶ୍ୱବିଦ୍ୟାଳୟ ଓ ଗବେଷଣା ସଂଗଠନ, ସାମାଜିକ ସଂଗଠନ ଏବଂ ବ୍ୟକ୍ତିବିଶେଷଙ୍କଠାରୁ ପରାମର୍ଶ/ ମତାମତ ଆହ୍ୱାନ କରିବା ପାଇଁ ବିକଶିତ କରାଯାଇଛି। ଏହି ୱେବସାଇଟ୍‌ରେ ଜନସାଧାରଣଙ୍କ ସୂଚନା ପାଇଁ ପୂର୍ବ ଏବଂ ବର୍ତ୍ତମାନର ରାଜ୍ୟ ଅର୍ଥ ଆୟୋଗ, ଅଧ୍ୟୟନ ରିପୋର୍ଟ, ପୂର୍ବ ରାଜ୍ୟ ଅର୍ଥ ଆୟୋଗଙ୍କ ରିପୋର୍ଟର ବିବରଣୀ ମଧ୍ୟ ରହିଛି। 

ବୈଠକରେ ଷଷ୍ଠ ରାଜ୍ୟ ଅର୍ଥ ଆୟୋଗ ଅଧ୍ୟକ୍ଷ ଡକ୍ଟର ଅରୁଣ କୁମାର ପଣ୍ଡା, ମୁଖ୍ୟ ସଚିବ ମନୋଜ ଆହୁଜା, ଅର୍ଥ ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର,  ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ସଚିବ ବିଶାଲ କୁମାର ଦେବ, ଷଷ୍ଠ ରାଜ୍ୟ ଅର୍ଥ ଆୟୋଗଙ୍କ ସଦସ୍ୟ ପ୍ରଫେସର ଅସିତ ରଞ୍ଜନ ମହାନ୍ତି, ପ୍ରଫେସର ଅମରେଶ ସାମନ୍ତରାୟ ଏବଂ ଡକ୍ଟର ବିଭୁ ପ୍ରସାଦ ନାୟକ ଏବଂ କମିସନର ସଦସ୍ୟ ସଚିବ ଡକ୍ଟର ସତ୍ୟ ପ୍ରିୟ ରଥ ଉପସ୍ଥିତ ଥିଲେ। ଡକ୍ଟର ପଣ୍ଡାଙ୍କ ଅଧ୍ୟକ୍ଷତାରେ ରାଜ୍ୟପାଳ ଷଷ୍ଠ ରାଜ୍ୟ ଅର୍ଥ ଆୟୋଗ ଗଠନ କରିଛନ୍ତି। ଏହା ୨୦୨୬ ୧ ଏପ୍ରିଲଠାରୁ ୫ ବର୍ଷ ପାଇଁ ରାଜ୍ୟ ସରକାରଙ୍କଠାରୁ ସ୍ଥାନୀୟ ନିକାୟ ସଂସ୍ଥାଗୁଡିକୁ ସମ୍ବଳ ହସ୍ତାନ୍ତର ପାଇଁ ସୁପାରିସ କରିବେ।

Advertisement
Advertisement

Leave a Reply

Your email address will not be published. Required fields are marked *